ଇ ଟଏଲେଟ୍ ହେଲା ନିଷିଦ୍ଧାଞ୍ଚଳ!!

You are currently viewing ଇ ଟଏଲେଟ୍ ହେଲା ନିଷିଦ୍ଧାଞ୍ଚଳ!!

ଅନୁଗୁଳ: ଅନୁଗୁଳ ପୁରୁଣା ବସ୍ ଷ୍ଟାଣ୍ଡରୁ ବଜାର ଛକ ମଧ୍ୟରେ ଶୌଚାଳୟଟିଏ ନଥିବାରୁ ପୌର ପ୍ରଶାସନ ଏକଦା ଇ ଟଏଲେଟ୍ ଖୋଲି ଥିଲା। କିନ୍ତୁ କୌଣସି ସଂସ୍ଥା ଏହି ଶୌଚାଳୟଟିକୁ ଚଳାଇ ନପାରିବାରୁ ଶେଷରେ ଏହା ଜବରଦଖଲକାରୀଙ୍କ ନଜରରେ
ପଡ଼ିଥିଲା। କିଛି ଅସାଧୁ ପୌରକ ର୍ମଚାରୀଙ୍କ ଯୋଗୁଁ ଏହା ବେଆଇନ ଭାବେ ଭଡ଼ାରେ ଲାଗିଥିଲା। ଏମିତି ହେଲା ସେଠାରେ ଠେଲା ଲଗାଇବା ପାଇଁ ମାଫିଆ ମନେ ଭୁଜାଲି ବୁଲାଇଲେ,ଧମକ ଚମକ ଦେଲେ।କିନ୍ତୁ ପୌର ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ଏଥିରେ ହସ୍ତକ୍ଷେପ କରି ଏହି ଅଞ୍ଚଳଟିକୁ ଘେରବନ୍ଦି କରି ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି। ଖୁବଶିଘ୍ର ଏହାକୁ ଚାଲୁ ପାଇଁ ନିଷ୍ପତ୍ତି ନିଆଯିବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।

Share

Leave a Reply