ଅଳିଆ ପୋଡ଼ୁଛି ଅନୁଗୁଳ ପୌରପାଳିକା

You are currently viewing ଅଳିଆ ପୋଡ଼ୁଛି ଅନୁଗୁଳ ପୌରପାଳିକା

ଅନୁଗୁଳ:ଅ ନୁଗୁଳରେ ଏବେ ଖରା ତ ନୁହଁଅ ଗ୍ନି ବର୍ଷା ହେଉଚି। ଦିନ ଦଶଟା ପରେ ଏବଂ ଅପରାହ୍ନ ପାଞ୍ଚଟା ପୂର୍ବରୁ ଘରୁ ବାହାରି ହେଉନାହିଁ।ଅନୁଗୁଳ ର ତାପମାତ୍ରା ୪୪ ଡିଗ୍ରୀ ଉପରେ। ପ୍ରଚଣ୍ଡ ଝାଞ୍ଜି ଖରାକୁ ଲୋ ଭୋଲ୍ଟେଜ୍ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଅନୁଗୁଳ ବାସୀ। ଏଭଳି ଘଡି ସନ୍ଧି ବେଳେ ଅନୁଗୁଳ ପୌରପାଳିକାର ଝାଡୁଦାର ମାନେ ସକାଳେ ଝାଡୁ ମାରି ଅଳିଆକୁ ପୋଡ଼ି ଦେଉଛନ୍ତି। ଫଳରେ ବାୟୁ ପ୍ରଦୂଷଣ ହେବା ସହ ଅନୁଗୁଳର ତାପମାତ୍ରା ଅଧିକ ବଢୁଛି। ଏଥିନେଇ ସଚେତନ କଲେ ମଧ୍ୟ ଝାଡୁଦାର ମାନେ କାହା କଥା ଶୁଣିବାକୁ ନାରାଜ।ପୌର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଚି।

 

Share

Leave a Reply