ପରିବାର ଲୋକଙ୍କ ସହ ଝଗଡ଼ା ପରେ ଗୁଳି ମାଡ଼, ନାବାଳକ ଗୁରୁତର

You are currently viewing ପରିବାର ଲୋକଙ୍କ ସହ ଝଗଡ଼ା ପରେ ଗୁଳି ମାଡ଼, ନାବାଳକ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ସାନକେରଜଙ୍ଗ ଗାଁରେ ଗୁଳିମାଡ଼ରେ ଜଣେ ନାବାଳକ ଆହତ ହୋଇଛି। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।

ସୂଚନା ମୁତାବକ, କୌଣସି କଥାକୁ ନେଇ ଗୁଳିମାଡ଼ର ଶିକାର ହୋଇଥିବା ନାବାଳକଙ୍କ ପରିବାରର କିଛି ଯୁବକଙ୍କ ସହ ରାତିରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଜଣେ ଯୁବକ ଗୁଳିମାଡ଼ କରିଥିଲା। କିନ୍ତୁ ଗୋଟିଏ ଗୁଳି ନାବାଳକ ଜଙ୍ଘରେ ବାଜିଥିଲା। ପରିବାର ଲୋକେ ତୁରନ୍ତ ନାବାଳକକୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଅବସ୍ଥା ସଙ୍ଗୀନ ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି।

ଅନ୍ୟପଟେ କେଉଁ କାରଣରୁ ଗୁଳି ମାଡ଼ ହୋଇଛି ତାହା ଅସ୍ପଷ୍ଟ ଥିବା ବେଳେ ପୋଲିସର ଏ ନେଇ ପ୍ରତିକ୍ରିୟା ମିଳି ପାରିନାହିଁ।

Share

Leave a Reply