ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ବୃଦ୍ଧ ଅଟକ

You are currently viewing ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ବୃଦ୍ଧ ଅଟକ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ନିଶା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ୭୦ ବର୍ଷୀୟ ଜଣେ ବୃଦ୍ଧଙ୍କୁ ଥାନାରେ ଅଟକ ରଖିଛି।

ସୂଚନା ଯେ, ରବିବାର ମଧ୍ୟାହ୍ନ ବେଳେ ନାବାଳିକା ଜଣକ ଆମ୍ବ ସଂଗ୍ରହ କରିବାକୁ ଗାଁ’ ପାଖ ଆମ୍ବ ତୋଟାକୁ ଯାଇଥିଲେ। ବଡକେରେଜେଙ୍ଗ ଅଞ୍ଚଳର ନାଥ ନାଏକ(୭୦) ନାମକ ଜଣେ ବୃଦ୍ଧ ନାବାଳିକାକୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲା। ନାବାଳିକା ଜଣକ ଘର ଲୋକଙ୍କୁ ଏ ସମ୍ପର୍କରେ ଜଣାଇବା ପରେ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ। ଏତଲା କ୍ରମେ ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚୁରା ଚଳାଇଛି।

Share

Leave a Reply