୧୦ ଦଫା ଦାବିରେ ଅନୁଗୁଳ ନର୍ସିଂ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

You are currently viewing ୧୦ ଦଫା ଦାବିରେ ଅନୁଗୁଳ ନର୍ସିଂ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଅନୁଗୁଳ: ୧୦ ଦଫା ଦାବିରେ ଓଡ଼ିଆ ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ଅନୁଗୁଳ ମୁଖ୍ଯ ଚିକିତ୍ସାଳୟର ସମ୍ମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ସେମାନଙ୍କ ଦାବିଗୁଡ଼ିକ ହେଉଛି, ୨୦୧୩ ମସିହା ନଭେମ୍ବର ମାସ ୧୨ ତାରିଖ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରଙ୍କର ଛଅ ବର୍ଷ ଚୁକ୍ତି ଭିଭିକ ଅବଧିକୁ ମୂଳ ଚାକିରି ସୀମାରେ ମିଶାଇ ପଦୋନ୍ନତି ଏବଂ ସମସ୍ତ ଆର୍ଥିକ ସୁବିଧା ଯୋଗାଇବା, ଯୋଗ୍ୟ ନର୍ସିଂ ଅଫିସରଙ୍କୁ ବରିଷ୍ଠତା ଭିତ୍ତିରେ ସିନିୟର ନର୍ସିଂ ଅଫିସର ପଦବୀରେ ତୁରନ୍ତ ପଦୋନ୍ନତି ଦେବା, ସହକାରୀ ନର୍ସିଂ ଅଧୀକ୍ଷକ ପଦବୀରେ ପଦୋନ୍ନତି ପାଇଁ ଆବଶ୍ୟକ ଥିବା ସ୍ଥିରୀକୃତ ଅବଧିକୁ କମ୍ କରି ୧୬ ବର୍ଷରୁ ଅଧିକ ସମୟ ଧରି ସେବା ଯୋଗାଇ ଆସୁଥିବା ବରିଷ୍ଠ ନର୍ସିଂ ଅଫିସରଙ୍କର ଏକ ସମୟରେ ଦୁଇଟା ପଦୋନ୍ନତି କରିବା ଆଦି ଦାବି ରହିଛି।

ଏଥିସହ ନର୍ସିଂ ଅଫିସରଙ୍କର ଡ୍ରେସ କୋଡ଼ ପରିବର୍ତ୍ତନ କରାଯିବା ସହିତ ନର୍ସିଂ ସେବା କ୍ୟାଡରରେ ଥିବା ପ୍ରଶାସନିକ ପଦବୀରେ ଡ୍ରେସ କୋଡର ପରିବର୍ତ୍ତନ କରାଯାଉ। ଆଉଟସୋରସିଂ ଏଜେନ୍ସି ମାଧ୍ୟମରେ ହେଉଥିବା ନର୍ସିଂ ଅଫିସରଙ୍କର ନିଯୁକ୍ତିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହିତ ସରକାରଙ୍କ ପୂର୍ବ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ନର୍ସିଂ ଷ୍ଟାଫ। ଦାବି ପୂରଣ ହେବା ନ ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Share

Leave a Reply