ଡକାୟତି ଯୋଜନା ପଣ୍ଡ: ଅସ୍ତ୍ରଶସ୍ତ୍ର ସହ ୫ ଯୁବକଙ୍କୁ ମାଡ଼ି ବସିଲା ଅନୁଗୁଳ ପୋଲିସ

You are currently viewing ଡକାୟତି ଯୋଜନା ପଣ୍ଡ: ଅସ୍ତ୍ରଶସ୍ତ୍ର ସହ ୫ ଯୁବକଙ୍କୁ ମାଡ଼ି ବସିଲା ଅନୁଗୁଳ ପୋଲିସ

ଅନୁଗୁଳ: ଡକାୟତି ଯୋଜନା ପଣ୍ଡ କଲା ଅନୁଗୁଳ ପୋଲିସ। ଏକ ଅପରାଧୀ ଗ୍ୟାଙ୍ଗ ଗିରଫ। ରବିବାର ବିଳମ୍ବିତ ରାତିରେ କାର୍ବନ ଫ୍ୟାକ୍ଟ୍ରି ଅଞ୍ଚଳରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ୫ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ଗୋପୀନାଥ ନାୟକ, ତୋଫାନ ଦେହୁରୀ, ଜ୍ଞାନରଞ୍ଜନ ବେହେରା, ସୌମ୍ୟ ରଞ୍ଜନ ଓଝା ଓ ଗୁଲସନ ଦେହୁ। ସେମାନଙ୍କ ନାମରେ ପୂର୍ବରୁ ମଧ୍ଯ ମାମଲା ଥ‌ିବା ଜଣାପଡ଼ିଛି।

ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ ପୁଲିସ ପାଟ୍ରୋଲିଂ ବେଳେ କାର୍ବନ ଫ୍ୟାକ୍ଟ୍ରି ଅଞ୍ଚଳରେ କିଛି ଯୁବକ ଏକତ୍ରିତ ହୋଇ କିଛି ଯୋଜନା କରୁଥିବା ସୂଚନା ମିଳିଥିଲା। ଖବର ପାଇ ପୁଲିସର ଏକ ଟିମ ପହଞ୍ଚି ଯୁବକଙ୍କୁ କାବୁ କରିଥିଲା। ଯାଞ୍ଚ ବେଳେ ଯୁବକମାନେ ମଦ୍ୟପାନ କରି ଅସ୍ତ୍ରଶସ୍ତ୍ର ଧରି ଡକାୟତି ପାଇଁ ଯୋଜନା କରୁଥ‌ିବା ପୁଲିସ ଜାଣିବାକୁ ପାଇଥିଲା। ଅଭିଯୁକ୍ତଙ୍କ ଠାରୁ ଭୁଜାଲି, କଟୁରି, ଚାପଡ଼, ଲଙ୍କାଗୁଣ୍ଡ, ମଦ ବୋତଲ ଏବଂ ୪ଟି ମୋବାଇଲ ଫୋନ ଜବତ କରାଯାଇଛି।

Share

Leave a Reply