ସୁଭଦ୍ରା ହତ୍ୟା ମାମଲା, ମହାରାଷ୍ଟ୍ରରୁ ମୁଖ୍ୟ ଅଭିଯୁକ୍ତକୁ ଧରିଲା ଅନୁଗୁଳ ପୁଲିସ

You are currently viewing ସୁଭଦ୍ରା ହତ୍ୟା ମାମଲା, ମହାରାଷ୍ଟ୍ରରୁ ମୁଖ୍ୟ ଅଭିଯୁକ୍ତକୁ ଧରିଲା ଅନୁଗୁଳ ପୁଲିସ

ଅନୁଗୁଳ: ସୁଭଦ୍ରା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। ରାଜ୍ୟ ବାହାରୁ ଅଭିଯୁକ୍ତ ଧରାପଡିଛି। ଅନୁଗୁଳ ପୁଲିସର ଏକ ଟିମ୍‌ ତାକୁ ମହାରାଷ୍ଟ୍ରରୁ ଉଠାଇ ଆଣିଛି।

କଣିହାଁ ଅଞ୍ଚଳର ଯୁବତୀ ସୁଭଦ୍ରା ପଦୀଲିଙ୍କୁ ତାଳଚେର ଷ୍ଟେସନରୁ ତାଳଚେର ରୋଡ୍‌ ଷ୍ଟେସନ୍‌କୁ ଅଟୋରେ ଯିବା ସମୟ‌ରେ ତାଙ୍କୁ ଅପହରଣ କରି ହତ୍ୟା କରାଯାଇଥିଲା। ଏହି ମାମଲାରେ ଅଟୋ ଚାଳକକୁ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି। ଘଟଣା ଘଟାଇବା ପରେ ସେ ରାଜ୍ୟ ବାହାରକୁ ପଳାଇ ଯାଇଥିଲା।

ତେବେ ବହୁ ଦାବି, ଆନ୍ଦୋଳନ ପରେ ଅନୁଗୁଳ ପୁଲିସ ଏକାଧିକ ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଶେଷରେ ଅଭିଯୁକ୍ତ ମହାରାଷ୍ଟ୍ରରୁ ଧରାପଡ଼ିଥିବା ସୂଚନା ମିଳିଛି। ପୁଲିସ ତାକୁ ସେଠାରୁ ଓଡ଼ିଶା ଆଣୁଥିବା ଜଣାଯାଇଛି।

Share

Leave a Reply