ଅବାଧ ନିର୍ବାଚନ ପାଇଁ ଟାଉନ୍ ଥାନା ପକ୍ଷରୁ ଅନୁଗୁଳରେ ଫ୍ଲାଗମାର୍ଚ୍ଚ

You are currently viewing ଅବାଧ ନିର୍ବାଚନ ପାଇଁ ଟାଉନ୍ ଥାନା ପକ୍ଷରୁ ଅନୁଗୁଳରେ ଫ୍ଲାଗମାର୍ଚ୍ଚ

ଅନୁଗୁଳ: ଅନୁଗୁଳ ଟାଉନ୍ ପୋଲିସ ପକ୍ଷରୁ ରବିବାର ଫ୍ଲାଗମାର୍ଚ୍ଚ କରାଯାଇଛି। ଚଳିତ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ଓ ଅବାଧ କରିବା ପାଇଁ ଆଜି ଅପରାହ୍ନରେ ଏହି ଫ୍ଲାଗମାର୍ଚ୍ଚ କରାଯାଇଥିଲା। ଏ ଅବସରରେ ଅନୁଗୁଳ ଅଞ୍ଚଳର ବିଭିନ୍ନ ଦୋକାନ ବଜାର, ହୋଟେଲ ଗୁଡ଼ିକ ରାତି ୧୦ଟା ଭିତରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୋଷ୍ଠୀ ସଂଘର୍ଷ ଓ ଅପରାଧିକ କାର୍ଯ୍ୟକଳାପ ରୋକିବା ଫ୍ଲାଗମାର୍ଚ୍ଚର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆଇଆଇସି ଧିରେସ କୁମାର ଦାସ କହିଛନ୍ତି।

ଗୀତାଗ୍ରାମ, ଶିମିଳିପଡ଼ା, ପିଟିସି ହାଇସ୍କୁଲ, ଶିକ୍ଷକପଡା, ଟାଉନ୍ ହାଇସ୍କୁଲ, ଉତ୍ତରପଡା ସ୍କୁଲ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଥିଲା। ଏହି ଫ୍ଲାଗମାର୍ଚ୍ଚରେ ଟାଉନ୍ ଥାନାର ସମସ୍ତ ଅଧିକାରୀ, ବିଏସଏଫ୍ ଯବାନଙ୍କ ସହିତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

Share

Leave a Reply