ମୋଦି ସରକାରଙ୍କ ଚକ୍ରାନ୍ତକୁ ବରଦାସ୍ତ କରାଯିବ ନାହିଁ- କଂଗ୍ରେସ

0

ଅନୁଗୁଳ: ଦେଶରେ ମୋଦି ସରକାର ଅଗଣତାନ୍ତ୍ରିକ ଶାସନ ଚଳାଇଛନ୍ତି। ଇଡି,ସିବିଆଇ, ଆଇଟି ବିଭାଗରକୁ ଲଗାଇ ବିଭିନ୍ନ କମ୍ପାନୀକୁ ବ୍ଲାକମେଲ୍ କରିବା ସହ କୋଟି କୋଟି ଟଙ୍କା ନେଇଛି ଯାହା ଇଲୋକ୍ଟ୍ରାଲ ବଣ୍ଡ୍ ପ୍ରଘଟ ହେବା ପରେ ଚର୍ଚ୍ଚାକୁ ଆସିଛି।

ଏଥିନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ କୃଷକ ସେଲ ସ ଭାପତି ଅମିୟ କୁମାର ପଟ୍ଟନାୟକ,ଜିଲ୍ଲା କଂଗ୍ରେସ ସଭାପତି ସଂଗ୍ରାମ ମିଶ୍ର,ବରିଷ୍ଠ ନେତା ଅମ୍ବିକା ପ୍ରସାଦ ଭଟ୍ଟ,ରାଜ୍ୟ ମୁଖପାତ୍ର ଜଗଦାନନ୍ଦ ପ୍ରଧାନ,ଜିଲ୍ଲା ମିଡ଼ିଆ ସେଲ ପ୍ରଭାରୀ ଗୋପାଳ ନାଥ,ସବିତା ଧିରଙ୍କ ସମେତ ଅନେକ କଂଗ୍ରେସ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ମୋଦି ସରକାରଙ୍କୁ କଡା ସମାଲୋଚନା କରାଯାଇଥିଲା। ଚାନ୍ଦା ଦିଅ ଧନ୍ଦା ନିଅ ତାଙ୍କର ସ୍ଲୋଗାନ। ମୋଦି ଗ୍ୟାରେଣ୍ଟି ଏକ ଫାର୍ସ ବୋଲି ସେମାନେ ଅଭିଯୋଗ କରିଥିଲେ। ମନ୍ଦ ଉଦ୍ଦେଶ୍ୟ ରଖି କଂଗ୍ରେସ ର ଆକାଉଣ୍ଟ କୁ ସିଜ୍ କରିବା,୧୮୨୩ କୋଟି ଟଙ୍କାର ଡିମାଣ୍ଡ ନୋଟିସ ପଠାଇବା ମୋଦି ସରକାରର ପ୍ରତିହିଂସା ମନୋଭାବ
ପ୍ରକାଶ କରୁଛି। ଦେଶରେ ଆଜି ବେକାରୀ,ଦାରିଦ୍ର୍ୟ,ଭ୍ରଷ୍ଟା ଚାର ବଢ଼ିଛି।ଦରଦାମ ବୃଦ୍ଧି ଯୋଗୁଁ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି।ଆସନ୍ତା ନିର୍ବାଚନରେ ଲୋକେ ଏହାର ଉପଯୁକ୍ତ ଜବାବ ଦେବେ ବୋଲି କଂଗ୍ରେସ ନେତା ମାନେ ମତ ରଖିଥିଲେ।

Leave A Reply

Your email address will not be published.

error: Content is protected !!