ମା’ଙ୍କ ଆଗମନ ପାଇଁ ଅନୁଗୁଳରେ ପ୍ରସ୍ତୁତି ଶେଷ, ଜିଲ୍ଲା ପୋଲିସ ପକ୍ଷରୁ ଫୁଟ୍ ପାଟ୍ରୋଲିଂ ଆୟୋଜିତ

You are currently viewing ମା’ଙ୍କ ଆଗମନ ପାଇଁ ଅନୁଗୁଳରେ ପ୍ରସ୍ତୁତି ଶେଷ, ଜିଲ୍ଲା ପୋଲିସ ପକ୍ଷରୁ ଫୁଟ୍ ପାଟ୍ରୋଲିଂ ଆୟୋଜିତ

ଅନୁଗୁଳ: ଆରମ୍ଭ ହୋଇଛି ନବରାତ୍ର ଉତ୍ସବ। ଆସନ୍ତାକାଲି ଗୁରୁବାର ଠାରୁ ଅନୁଗୁଳରେ ଆରମ୍ଭ ହେଉଛି ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା। ମା’ଙ୍କ ଆଗମନ ପାଇଁ ଅନୁଗୁଳ ସହର ସଜେଇ ହୋଇଛି।

ସହରରେ ପୂଜାବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କ ନିର୍ଦ୍ଦେଶ କ୍ରମେ ଆଜି ଅନୁଗୁଳ ପୋଲିସ ପକ୍ଷରୁ ଫୁଟ୍ ପାଟ୍ରୋଲିଂ ଅନୁଷ୍ଠିତ ହୋଇଛି। ଏହି ପାଟ୍ରୋଲିଂ ପୁରୁଣା ବସ ଷ୍ଟାଣ୍ଡ ଠାରୁ ଆରମ୍ଭ ହୋଇ ରାଜା ଛକ, ମେଡିକାଲ ଛକ, ଡେଲି ମାର୍କେଟ, ବଜାର ଛକ, ପୁରୁଣା ଶାସନ ବଜାର, ବୁଢୀ ଠାକୁରାଣୀ ଛକ ହୋଇ ପୁଣି ଡେଲି ମାର୍କେଟ ଦେଇ ରାଜା ଛକ ଠାରେ ସମାପ୍ତ ହୋଇଥିଲା। ଏହି ଫୁଟ୍ ମାର୍ଚ୍ଚ ବେଳେ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା। ଏଥିରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେନ୍ଦ୍ର ରାଇଗୁର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସତ୍ୟଜିତ ମିଶ୍ର, ଏସଡିପିଓ ରମାକାନ୍ତ ମହାଳିକ, ଟାଉନ୍ ଥାନା ଅଧିକାରୀ ଧିରେସ କୁମାର ଦାସ ଏବଂ ଅନ୍ୟ ପୋଲିସ ଅଧିକାରୀ ସାମିଲ ଥିଲେ।

Share

Leave a Reply