ମହିଳାଙ୍କ ସୁରକ୍ଷା ପାଇଁ ଅନୁଗୁଳରେ ଆରମ୍ଭ ହେଲା ‘ଶକ୍ତି ବାହିନୀ’: ଜାରି ହେଲା ନୂଆ ହେଲ୍ପଲାଇନ ନମ୍ବର

0

ଅନୁଗୁଳ: ଜିଲ୍ଲାରେ ବଢ଼ି ଚାଲିଛି ମହିଳା ବିରୋଧୀ ହିଂସା। ଏଥିରେ ରୋକ୍‌ ଲଗାଇବା ପାଇଁ ଏକ ଅଭିନବ ଯୋଜନା ହାତକୁ ନେଇ ଅନୁଗୁଳ ପୋଲିସ। ‘ଶକ୍ତି ବାହିନୀ’ ନାମରେ ଏକ ମୋବାଇଲ ପାଟ୍ରୋଲିଂ ଟିମ୍‌ ଗଠନ କରାଯାଇଛି। ଏଥିରେ ଦକ୍ଷ ଓ ତାଲିମ୍‌ପ୍ରାପ୍ତ ମହିଳା ପୋଲିସଙ୍କୁ ରଖାଯାଇଛି। ୪ଟି ସ୍କୁଟରରେ ୮ ଜଣ ପୋଲିସ କର୍ମଚାରୀ ପୂଜା ସମୟରେ ସହର ଭିତରେ ପଇଁତରା ମାରିବେ। କେଉଁଠି ମହିଳା ବିରୋଧୀ କୌଣସି କାର୍ଯ୍ୟକଳାପ ନେଇ ଖବର ପାଇଲେ ତୁରନ୍ତ ସେଠାରେ ପହଞ୍ଚିବେ। ପୂଜା ସମୟରେ ଯେମିତି ମହିଳାଙ୍କୁ କେହି ଖରାପ ବ୍ୟବହାର ନ କରିବେ ଓ ମହିଳାମାନେ ସୁରକ୍ଷିତ ଭାବେ ପୂଜା ବୁଲିପାରିବେ ତା’ ଉପରେ ବିଶେଷ କରି ନଜର ରଖିବ ଏହି ଟିମ୍‌।

ଏହି ମୋବାଇଲ ପାଟ୍ରୋଲିଂ ଟିମ୍‌କୁ ଆଜି ସବୁଜ ପତାକା ଦେଖାଇ ଉଦ୍‌ଘାଟନ କରିଛନ୍ତି ଉତ୍ତର-କେନ୍ଦ୍ରାଞ୍ଚଳ ରେଂଜର ପୋଲିସ ଆଇଜି ସତ୍ୟବ୍ରତ ଭୋଇ ଓ ଅନୁଗୁଳ ଏସ୍‌ପି ରାହୁଲ ଜୈନ। ପୂଜା ସମୟରେ ଏହି ଯୋଜନା ସଫଳ ହେଲେ ପରବର୍ତ୍ତୀ ସମୟରେ ଏହା ନିୟମିତ ଭାବେ କାମ କରିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ସେହିପରି କେଉଁଠି କିଛି ଅଘଟଣ ହେଲେ ତୁରନ୍ତ ପହଞ୍ଚିବା ପାଇଁ ବାଇକ୍‌ ପାଟ୍ରୋଲିଂ ଯୋଜନା ହାତକୁ ନିଆଯାଇଛି। ଏଥିରେ ୪ଟି ବାଇକ୍‌କୁ ସାମିଲ କରାଯାଇଛି। ବାଇକ୍‌ରେ ପୋଲିସ ସାଇରନ ସହ ନାଲିବତୀ ରହିବ। ଗଳି ରାସ୍ତା ଓ ଜନଗହଳି ସ୍ଥାନ ଭିତରେ ପୋଲିସ ଶୀଘ୍ର ପହଞ୍ଚିବା ପାଇଁ ଏହି ବାଇକ୍‌ ପାଟ୍ରୋଲିଂ ଆରମ୍ଭ କରାଯାଇଛି। ୮ ଜଣ ପୁଲିସ କର୍ମଚାରୀ ୱାକି ଟକି ସହ ସହରର ବିଭିନ୍ନ ସ୍ଥାନରେ ବୁଲିବେ। ଫଳରେ ଅପରାଧ ନିୟନ୍ତ୍ରଣ ସହଜ ହୋଇପାରିବ।

ଅନ୍ୟପଟେ ଲୋକଙ୍କ ସହାୟତା ପାଇଁ ଏକ ହେଲପ୍‌ ଲାଇନ୍‌ ନମ୍ବର ଜାରି କରିଛି ଅନୁଗୁଳ ପୋଲିସ। କୌଣସି ଲୋକଙ୍କର ମୋବାଇଲ ହଜିଗଲେ ସେମାନେ ୯୯୩୭୫୦୪୮୮୮ ନମ୍ବରକୁ ସିଧା ହ୍ବାଟସଆପ୍‌ ମାଧ୍ୟମରେ ଜଣାଇପାରିବେ। ଏଥିନେଇ ଥାନାକୁ ଆସି ଅଭିଯୋଗ କରିବା ଦରକାର ନାହିଁ ବୋଲି ଏସ୍‌ପି ରାହୁଲ ଜୈନ କହିଛନ୍ତି।

Leave A Reply

Your email address will not be published.

error: Content is protected !!