ଅନୁଗୁଳ: ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପୋଲିସର ମାସିକ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ଏସପି ରାହୁଲ ଜୈନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ଅତିରିକ୍ତ ଏସପି, ଏସଡିପିଓ, ଆଇଆଇସି/ଓଆଇସି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ସମୀକ୍ଷା ବୈଠକରେ ତଦନ୍ତ ଏବଂ ଦଣ୍ଡବିଧାନକୁ ସୁଦୃଢ଼ କରିବା, ବିଚାରାଧୀନ ମାମଲାଗୁଡ଼ିକର ତ୍ୱରାନ୍ୱିତ ସମାଧାନ ଓ ମହିଳା ଏବଂ ଶିଶୁଙ୍କ ବିରୁଦ୍ଧରେ ଅପରାଧର ମୁକାବିଲା ପାଇଁ ପ୍ରୟାସକୁ ତୀବ୍ର କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ଅନୁଗୁଳ ପୋଲିସର ମାସିକ ଅପରାଧ ସମୀକ୍ଷା ବୈଠକ
- Post published:December 10, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul


