ଲକ୍ଷ୍ମୀ ପୂଜା ପାଇଁ ଅନୁଗୁଳ ପୋଲିସର ବ୍ୟାପକ ପ୍ରସ୍ତୁତି, ଜଗିବେ ୨୦ ପ୍ଲାଟୁନ ପୋଲିସ ଫୋର୍ସ

You are currently viewing ଲକ୍ଷ୍ମୀ ପୂଜା ପାଇଁ ଅନୁଗୁଳ ପୋଲିସର ବ୍ୟାପକ ପ୍ରସ୍ତୁତି, ଜଗିବେ  ୨୦ ପ୍ଲାଟୁନ ପୋଲିସ ଫୋର୍ସ

ଅନୁଗୁଳ: ଲକ୍ଷ୍ମୀପୂଜାକୁ ଶାନ୍ତିଶୃଙ୍ଖଳା ସହ ଶେଷ କରିବା ପାଇଁ ଅନୁଗୁଳ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶତାଧିକ ଅଧିକାରୀଙ୍କ ନେତୃତ୍ବରେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା, ଟ୍ରାଫିକ ଓ ଶାନ୍ତିଶୃଙ୍ଖଳା ଦାୟିତ୍ବରେ ରହିବେ। ଏଥିନେଇ ଆଜି ଅଧିକାରୀଙ୍କ ଭିତରେ ଦାୟିତ୍ବ ବଣ୍ଟନ କରାଯାଇଛି।

ଅନୁଗୁଳ ସହରରେ ୩୩ଟି ମଣ୍ଡପରେ ମା’ ଲକ୍ଷ୍ମୀଙ୍କ ପୂଜା କରାଯିବ। ଏହି ପୂଜା ମଣ୍ଡପଗୁଡ଼ିକରେ ସିସିଟିଭି ଲଗାଯାଇଛି। ପୋଲିସ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ସହରକୁ ୪ଟି ସେକ୍ଟରରେ ଭାଗ କରାଯାଇଛି। ପ୍ରତି ସେକ୍ଟରରେ ଜଣେ ଲେଖାଏଁ ଡିଏସ୍‌ପି ପାହ୍ୟାର ଅଧିକାରୀ ଦାୟିତ୍ବରେ ରହିବେ। ସେହିପରି ୮ଟି ଅସ୍ଥାୟୀ ଫାଣ୍ଡି ଖୋଲାଯାଇଛି। ଏଥିରେ ଜଣେ ଲେଖାଏଁ ଇନ୍ସପେକ୍ଟର ରହିବେ। ସେହିପରି ଟାଉନ ଥାନା ସମ୍ମୁଖରେ ଏକ ନିୟନ୍ତ୍ରଣ କକ୍ଷ ଖୋଲାଯିବ। ପୂଜା ଦାୟିତ୍ଵରେ ୨ ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୮ ଜଣ ଡିଏସ୍‌ପି, ୧୫ ଜଣ ଇନିସପେକ୍ଟର, ୧୦୦ ଜଣ ଅଧିକାରୀ ରହିବେ। ସେହିପରି ୨୦୦ ଜଣ ହୋମ୍‌ଗାର୍ଡଙ୍କ ସମେତ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ପୋଲିସ ପକ୍ଷରୁ ଅସାମାଜିକ କାର୍ଯ୍ୟକଳାପ ରୋକିବା ପାଇଁ ମୋବାଇଲ ପାଟ୍ରୋଲିଂକୁ ବଢ଼ାଇ ଦିଆଯାଇଛି। ଆଣ୍ଟି ଚେନ୍‌ ସ୍ନାଚିଙ୍ଗ ସ୍କ୍ବାର୍ଡ ଗଠନ କରାଯାଇଛି। ପୂଜାକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ଏସ୍‌ପି ରାହୁଲ ଜୈନ କହିଛନ୍ତି।

Share

Leave a Reply