ବ୍ରେକ ଫେଲ୍ ହୋଇ ପଛକୁ ଗଡ଼ିଲା ଟ୍ରଲର: ୩ ଗାଡ଼ିକୁ ଦେଲା ଧକ୍କା

You are currently viewing ବ୍ରେକ ଫେଲ୍ ହୋଇ ପଛକୁ ଗଡ଼ିଲା ଟ୍ରଲର: ୩ ଗାଡ଼ିକୁ ଦେଲା ଧକ୍କା

ଅନୁଗୁଳ: ଆଜି ପୂର୍ବାହ୍ନରେ ସହରର କାଲଟାକ୍ସ ଛକ ନିକଟରେ ଏକ ଲୁହା ରଡ଼ ବୋଝେଇ ଟ୍ରଲର ରାସ୍ତା ପାର୍ଶ୍ୱରେ ଥିବା ଅଟୋ ଷ୍ଟାଣ୍ଡରେ ପଶିଯାଇଥିଲା। ଫଳରେ ଟାଟା ମ୍ୟାଜିକ ଓ ମହିନ୍ଦ୍ରା ପିକଅପ ୩ଟି ଗାଡିକୁ ଧକ୍କା ଦେଇଥିଲା। କିନ୍ତୁ ଦୁର୍ଘଟଣାରୁ ଜଣେ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି।

ପରେ ଜଣାପଡ଼ିଥିଲା ଯେ ଟ୍ରଲର ଗାଡ଼ିରେ ଚାଳକ ଗାଡ଼ି ହ୍ୟାଣ୍ଡ ବ୍ରେକ ଦେଇ ଓହ୍ଲାଇବା ପରେ ବ୍ରେକ ଫେଲ୍ ହୋଇଥିଲା। ଫଳରେ ଗାଡ଼ି ଗଡ଼ାଣିଆରେ ପଛକୁ ଗଡ଼ିଥିଲା। ଅନୁଗୁଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିନ୍ଦ୍ରା ପିକଅପରେ ଫସିଥିବା ଚାଳକକୁ ଉଦ୍ଧାର କରିବା ସହିତ ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ଥାନାକୁ ନେଇଥିଲା।

Share

Leave a Reply