ଗୋରୁଙ୍କ କବ୍‌ଜାରେ ଅନୁଗୁଳ ରାଜ ରାସ୍ତା

You are currently viewing ଗୋରୁଙ୍କ କବ୍‌ଜାରେ ଅନୁଗୁଳ ରାଜ ରାସ୍ତା

ଅନୁଗୁଳ: ଟ୍ରାଫିକ ପୋଲିସ ବା ହୋମଗାର୍ଡ ନୁହଁ ଏବେ ଅନୁଗୁଳ ପୌରପାଳିକାରେ ଗୋରୁପଲ ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି। ସଂଜୀବନୀ ମାର୍କେଟ, ଡେଲି ମାର୍କେଟ, ଅମଲାପଡ଼ା ଜୟ ଦୁର୍ଗା ବଜାର, ଗାନ୍ଧୀ ମାର୍ଗ, ଶଙ୍କର ସିନେମା ରୋଡ ସବୁ ରାସ୍ତା ଗୋରୁଙ୍କ କବ୍‌ଜାରେ। ଏମାନଙ୍କୁ ନଡ଼ା କୁଟା, ଘାସ ଆବଶ୍ୟକ ନାହିଁ। ଚା କପ୍, ଛିଣ୍ଡା କାଗଜ,ପୋକା ପରିବା, ହୋଟେଲର ବଳକା ମାଲ ଏମାନଙ୍କ ଖାଦ୍ୟ। କି ଦିନ କି ରାତି ରାଜରାସ୍ତାକୁ ସେମାନେ ହିଁ ନିୟନ୍ତ୍ରଣ କରନ୍ତି। ଏମାନଙ୍କ ଯୋଗୁଁ ନିତି ଦୁର୍ଘଟଣା
ଘଟୁଥିଲେ ମଧ୍ୟ ନା ପ୍ରଶାସନ ନା ପୌରପାଳିକା କାହାର ପରବାୟ ଅଛି। ଲୋକଙ୍କ ଦାବି କାଞ୍ଜିଆ ହୁଦା ଅନୁଗୁଳ ସହର ଭିତରେ ନିହାତି ଦରକାର।

 

Share

Leave a Reply