ଦ୍ରାସରେ ସମ୍ବର୍ଦ୍ଧିତ ହେବେ ସହିଦ ମାନସଙ୍କ ପରିବାର

You are currently viewing ଦ୍ରାସରେ ସମ୍ବର୍ଦ୍ଧିତ ହେବେ ସହିଦ ମାନସଙ୍କ ପରିବାର

ଅନୁଗୁଳ: କାରଗିଲ ବିଜୟ ଦିବସର ୨୩ ତମ ସ୍ମୃତି ଅବସରରେ ଆସନ୍ତା ଜୁଲାଇ ୨୫ ଓ ୨୬ ଦୁଇ ଦିନଧରି କାରଗିଲ ଜିଲ୍ଲା ଦ୍ରାସ୍ ସେକ୍ଟରରେ ଦେଶର ସମସ୍ତ କାରଗିଲ ସହିଦ ପରିବାର ସଦସ୍ୟ ଏକ ସମାବେଶ ଅନୁଷ୍ଠିତହେବ। ଏହି ଅବସରରେ ସ୍ଥଳ ସେନା ଜେନେରାଲ ଅଫିସର କମାଣ୍ଡିଂ, ୮ ମାଉଣ୍ଟେନ୍ ଡିଭିଜନ ପକ୍ଷରୁ ଅନୁଗୁଳର କାରଗିଲ ସହିଦ ମାନସ ରଞ୍ଜନ ସାହୁଙ୍କ ପରିବାରକୁ ଆନୁଷ୍ଠାନିକ ଆମନ୍ତ୍ରଣ କରାଯାଇଛି। ସହିଦ ପରିବାରର ସଦସ୍ୟମାନେ ଦ୍ରାସ ସ୍ଥିତ କାରଗିଲ ୱାର ମେମୋରିଆଲବୁଲି ଦେଖିବାସହ ଶ୍ରଦ୍ଧାଞ୍ଜଳି ଓ ସମ୍ବର୍ଦ୍ଧନା ସଭାରେ ଯୋଗଦାନ କରିବେ। ସୂଚନା ଯେ, ଅନୁଗୁଳର ଲାନସ ନାୟକ ମାନସ ରଞ୍ଜନ ସାହୁ ସିଗ୍ନାଲ ମ୍ୟାନଭାବେ ସେନାରେ କାର୍ଯ୍ୟ କରୁଥିଲେ। ଯୁଦ୍ଧ ସମୟରେ ନଷ୍ଟ ହୋଇଯାଇଥିବା ଟେଲି ଯୋଗାଯୋଗ ବ୍ୟବସ୍ଥାକୁ ସଜାଡୁ ଥିବାବେଳେ ଶତ୍ରୁ ପକ୍ଷର ଗୁଳିରେ ୧୯୯୯ ଜୁନ ୭ରେ ସହିଦ ହୋଇଥିଲେ।

Share

Leave a Reply