ଅନୁଗୁଳ: ଆଜି ଠାରୁ ୭ ତାରିଖ ପର୍ଯ୍ୟନ୍ତ “ସଡ଼କ ସୁରକ୍ଷା ଓ ପରିବାର ରକ୍ଷା’ ବାର୍ତ୍ତାକୁ ନେଇ ସଡ଼କ ସୁରକ୍ଷା ସପ୍ତାହ ୨୦୨୫ ପାଳନ ଆରମ୍ଭ ହୋଇଛି। ଚଳିତ ବର୍ଷ ଏହି ଅଭିଯାନକୁ ମାସେ ବ୍ୟାପୀ ପାଳନ ହେବ। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଦୁଇଟି ସଡକ ସୁରକ୍ଷା ସଚେତନତା ରଥକୁ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଠାରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଉଦଘାଟିତ ହୋଇଥିଲା। ଏହି ଦୁଇଟି ସଚେତନତା ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ସଡ଼କ ସୁରକ୍ଷା ସମ୍ପର୍କରେ ଜନସାଧାରଣମାନଙ୍କୁ ବାର୍ତ୍ତା ପହଞ୍ଚାଇବ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସତ୍ୟଜିତ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.ଶିବାନନ୍ଦ ମହାନ୍ତି, ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ନିଷ୍ଫଳ କୁମାର ପଟ୍ଟନାୟକ, ପରିବହନ କାର୍ଯ୍ୟାଳୟର କର୍ମଚାରୀ, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।
ସଡ଼କ ସୁରକ୍ଷା ସପ୍ତାହ ପାଳନ ଆରମ୍ଭ: ଏଥର ମାସେ ବ୍ୟାପୀ ଚାଲିବ ସଚେତନତା କାର୍ଯ୍ୟକ୍ରମ
- Post published:January 1, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul