ଅନୁଗୁଳ: ଆଷାଢ଼ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଯାତ୍ରାରେ ଆଜି ଅଭୂତପୂର୍ବ ଭିଡ଼ ଦେଖିବାକୁ ମିଳିଥିଲା।ଅପରାହ୍ନ ୧୨:୩୦ ରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଛେରା ପହଁରା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଏସପି ସୁଧାଂଶୁ ଶେଖର ମିଶ୍ର ପୁଷ୍ପ ଓ ଜଳ ସିଞ୍ଚନ କରି ସହଯୋଗ କରିଥିଲେ। ରଥାରୂଢ଼ ଅବସ୍ଥାରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରକାଶିତ ସ୍ମରଣିକାକୁ ଜିଲ୍ଲାପାଳ ଓ ଏସପି ଉନ୍ମୋଚନ କରିଥିଲେ ପ୍ରଚଣ୍ଡ ଖରା ଯୋଗୁଁ ରଥ ଟାଣି ବାରେ ସାମାନ୍ୟ ବିଳମ୍ବ ଘଟିଥିଲା।ତେବେ ଅପରାହ୍ନ ଚାରିଟା ପରେ ଭକ୍ତଙ୍କ ସମୁଦ୍ର ଦେଖିବାକୁ ମିଳିଥିଲା।ଶ୍ରଦ୍ଧାଳୁମାନେ ଆନନ୍ଦରେ ରଥ ଗୁଡ଼ିକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ। ଦେବୀ ସୁଭଦ୍ରାଙ୍କ ରଥକୁ ମହିଲଭକ୍ତ ଟାଣିଥିଲେ। ରଥ ଯାତ୍ରା ପାଇଁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଖରା ଯୋଗୁଁ ଭକ୍ତଙ୍କ ଉପରେ ଜଳ ସିଞ୍ଚନର ବ୍ୟବସ୍ଥା କରାଯାଇଥିଲା। ବିଭିନ୍ନ ସ୍ବେଛାସେବୀ ସଂଗଠନ ପକ୍ଷରୁ ଥଣ୍ଡା ପାନୀୟ ଜଳ ଓ ଦହି ସରବତ ବଣ୍ଟନ କରାଯାଉଥିଲା।କେତେକ ସ୍ଥାନରେ ଖେଚେଡ଼ି ଭୋଗ ମଧ୍ୟ ବଣ୍ଟନ କରାଯାଉଥିଲା। ରଥରେ ଚଳିତ ବର୍ଷ ସୀମିତ ସେବାୟତଙ୍କୁ ଦେଖିବାକୁ ମିଳିଥିଲା।ସନ୍ଧ୍ୟା ସାତଟା ସୁଦ୍ଧା ଦୁଇଟି ରଥ ଗୁଣ୍ଡିଚା ମନ୍ଦିର ଚକଡା଼ରେ ଲାଗିଥିଲା ବେଳେ ଜଗନ୍ନାଥଙ୍କ ରଥ ରାତି ସାଢ଼େ ନଅ ଟା ବେଳକୁ ପହଞ୍ଚିଥିଲା।ମୋଟ ଉପରେ ଶାନ୍ତି ଶୃଙ୍ଖଳାର ଶହ ଅନୁଗୋଳ ରଥ ଯାତ୍ରା ସମ୍ପନ୍ନ ହୋଇଥିଲା। ଆସନ୍ତା କାଲି ଦିଅଁ ମାନେ ଆଡ଼ପ ମଣ୍ଡପକୁ ବିଜେ କରିବେ।
1
f600b249-5c54-442c-a949-d6bc81000fab