ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା

You are currently viewing ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା

ଅନୁଗୁଳ: ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଶୁକ୍ରବାର ଅନୁଗୁଳର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ୍ ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ସୂଚନା ମୁତାବକ, ଗତ ୨୪. ୩. ୨୦୨୧ ସନ୍ଧ୍ୟାରେ ଛେଣ୍ଡିପଦା ଅଞ୍ଚଳରେ ଜଣେ ନାବାଳିକା ଘର ପାଖ ରାସ୍ତାରେ ଚାଲିକି ଯାଉଥିବା ବେଳେ ସ୍ଥାନୀୟ ପାଣପଶୀ ଗ୍ରାମର କୁନା ପ୍ରଧାନ ତାକୁ ଟେକି ନେଇ ବିଲମାଳରେ ଦୁଷ୍କର୍ମ କରିଥିଲା। ଏ ନେଇ କାହାକୁ କିଛି କହିଲେ ଜୀବନରେ ମାରି ଦେବାର ଧମକ ଦେଇ ପଳାଇଥିଲା। ଏହି ଘଟଣା ସମ୍ପର୍କରେ ନାବାଳିକାର ପରିବାର ପକ୍ଷରୁ ଛେଣ୍ଡିପଦା ଥାନାରେ ଲିଖିତ ଏତଲା ଦେବା ପରେ ପୁଲିସ କୁନା ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଆଜି ଅତିରିକ୍ତ ଜିଲ୍ଲା ଓ ସେସନ ଜଜ୍ ବିରଞ୍ଚି ନାରାୟଣ ଜେନା ମାମଲାର ଶୁଣାଣି କରି ୧୨ ଜଣ ସାକ୍ଷୀ ଆଧାରରେ ଅଭିଯୁକ୍ତ କୁନା ପ୍ରଧାନକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଶୁଣାଣି କରିଛନ୍ତି। ଏଥିସହ ପୀଡ଼ିତାକୁ ୫ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ପେଶାଲ ପିପି ପ୍ରଦୀପ ଭୂତିଆ ମାମଲା ପରିଚାଳନା କରୁଥିଲେ।

Share

Leave a Reply