ଏନଟିପିସି କଣିହାଁ ପକ୍ଷରୁ ମିଡିଆ ଇଣ୍ଟରାକ୍ସନ ମିଟ୍ ୨୦୨୫ ଆୟୋଜିତ

You are currently viewing ଏନଟିପିସି କଣିହାଁ ପକ୍ଷରୁ ମିଡିଆ ଇଣ୍ଟରାକ୍ସନ ମିଟ୍ ୨୦୨୫ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସ୍ଥିତ ଏନଟିପିସି ବିଦ୍ୟୁତ୍ ପ୍ରକଳ୍ପର କଲୋନୀ ପରିସରରେ ଥିବା ଦୀପ ତରଙ୍ଗ ଠାରେ ଶୁକ୍ରବାର ମିଡିଆ ଇଣ୍ଟରାକ୍ସନ ମିଟ୍ ୨୦୨୫ ଆୟୋଜିତ ହୋଇଛି। ମୁଖ୍ୟ ଅତିଥି ଭାବେ ଇଡି ଅଶୋକ କୁମାର ସେହଗଲ, ସିଏଚ୍ ସତ୍ୟ ରାମ କୃଷ୍ଣ, ସମର୍ପିତା ଦେୱାସୀ, ଏସଏଚ୍ ଶତ୍ରୁଘ୍ନ ବେହେରା, ନବନୀତ କୁମାର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଶ୍ରୀ ସେହଗଲ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଏ ଅବସରରେ ସେ ଷ୍ଟେସନ ସହିତ ଜଡିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଷ୍ଟେସନ ଏବଂ ଗଣମାଧ୍ୟମ ମଧ୍ୟରେ ଯୋଗାଯୋଗ ଏବଂ ସମ୍ପର୍କକୁ ସୁଦୃଢ଼ ​​କରିବା।
କାର୍ଯ୍ୟକ୍ରମରେ ଏନଟିପିସି ତାଳଚେର କଣିହାଁର କର୍ମଚାରୀ, ୟୁନିଅନ ଆସୋସିଏସନ ଏବଂ ଅନ୍ୟ ଗଣମାଧ୍ୟମ ପ୍ରତିନିଧି ଅଂଶଗ୍ରହଣ କରିଥିଲେ।

Share

Leave a Reply