ଅନୁଗୁଳରେ ଶ୍ରୀ ଖାଟୁ ଶ୍ୟାମଙ୍କ ଭକ୍ତିରେ ଝୁମିଲେ ସହସ୍ରାଧିକ ଶ୍ରଦ୍ଧାଳୁ, ଧୁମଧାମର ସହ ତୃତୀୟ ମହୋତ୍ସବ ପାଳିତ

You are currently viewing ଅନୁଗୁଳରେ ଶ୍ରୀ ଖାଟୁ ଶ୍ୟାମଙ୍କ ଭକ୍ତିରେ ଝୁମିଲେ ସହସ୍ରାଧିକ ଶ୍ରଦ୍ଧାଳୁ, ଧୁମଧାମର ସହ ତୃତୀୟ ମହୋତ୍ସବ ପାଳିତ

ଅନୁଗୁଳ: ଅନୁଗୁଳର ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ ଲାଡ଼ଲେ ଖଟୁ ୱାଲେକେ ଗ୍ରୁପ ପକ୍ଷରୁ ସ୍ଥାନୀୟ ସଭାଘରେ ଭଗବାନ ଶ୍ରୀ ଖାଟୁ ଶ୍ୟାମ ବାବାଙ୍କ ତୃତୀୟ ମହୋତ୍ସବ ଧୁମଧାମରେ ପାଳିତ ହୋଇଛି। କୋଲକାତାର ସୁନାମଧନ୍ୟ କଣ୍ଠଶିଳ୍ପୀ ଶୀତଲ ଚଣ୍ଡକ ଶର୍ମା ଓ ବିବେକ ଶର୍ମାଙ୍କ ତାଳରେ ତାଳ ମିଶାଇ ମହିଳା ଶ୍ରଦ୍ଧାଳୁ ମାନେ ନୃତ୍ୟ ପରିବେଷଣ କରିଥିଲେ।
ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଲକ୍ଷ୍ମଣ ଭାଇ କଳାକାରଙ୍କୁ ସ୍ୱାଗତ କରିଥିଲେ। ଆଜି ପୂର୍ବାହ୍ନରେ ଭଗବାନ ଶ୍ରୀ ଖାଟୁ ଶ୍ୟାମ ବାବାଙ୍କ ପ୍ରତିକୃତି, ପାଦୁକା ସୁସଜ୍ଜିତ ରଥ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା। ପରେ ଶ୍ରଦ୍ଧାଳୁ ମାନେ ଅନ୍ନ ପ୍ରସାଦ ସେବନ କରିଥିଲେ। ହିନ୍ଦୁ ଧର୍ମର ଶ୍ରୀକୃଷ୍ଣଙ୍କ କଳିଯୁଗର ଅବତାର ଭାବେ ଭଗବାନ ଖାଟୁ ଶ୍ୟାମ ବାବା ରୂପରେ ପୂଜିତ ହୋଇ ଆସୁଛନ୍ତି ବୋଲି ଆୟୋଜକ ପ୍ରକାଶ କରିଛନ୍ତି।

ଏହି ଉତ୍ସବରେ ୟୁଟ୍ୟୁବ ଇଂଫ୍ଲୁଏନ୍ସର ଏବଂ ବ୍ଲଗର କଲିକତାର ଉଜ୍ବଳ କେଡ଼ିଆ, କ୍ରିଷ୍ଣା ନୃତ୍ୟ ନାଟିକା, ରାଜୁ ପଦାର ବାଦ୍ୟଗ୍ରୁପ ଏବଂ ଦିୱାନା ଧମାଲ ଗ୍ରୁପ ନୃତ୍ୟ ନାଟିକା ଏବଂ ଭକ୍ତି ସଂଗୀତ ପରିବେଷଣ କରିଥିଲେ। ଉତ୍ସବକୁ ଅନୁଗୁଳର ଉପସ୍ଥାପିକା ମୁସ୍କାନ ଗୁପ୍ତା ପରିଚାଳନା କରିଥିବା ବେଳେ ପୂଜା ଅଗ୍ରୱାଲ ଓ ପୂଜା ଫୋଗଲା ପ୍ରମୁଖ ସହ ଉପସ୍ଥାପିକ ଭାବେ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୀପକ ଅଗ୍ରୱାଲ, ଗୌରବ ଅଗ୍ରୱାଲ, ଶ୍ରୀଧର ଅଗ୍ରୱାଲ, ଆଦିତ୍ୟ ଫୋଗଲା, ଜିତେନ୍ଦ୍ର ମୋଦି, ପ୍ରୀତମ ତିୱାରୀ, ଆଶୁତୋଷ ମୀରାନିଆ, ପ୍ରତୀକ ଅଗ୍ରୱାଲ, ଦୀପକ ଅଗ୍ରୱାଲ ଏବଂ ମୋହିତ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ।

Share

Leave a Reply