ଅନୁଗୁଳ: ସ୍ଥାନୀୟ ଗାନ୍ଧିମାର୍ଗ ସ୍ଥିତ ଅନୁଗୁଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୩୮ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟନ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ବାୟୁସେନା ଅଧିକାରୀ ପ୍ରକାଶ କୁମାର ଗଡ଼ନାୟକ ମୁଖ୍ୟ ଅତିଥି ଭାବେ ଶୁଭ ଉଦ୍ଘାଟନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଆଲୋକ ଭୋଇ ଅତିଥି ଗଣଙ୍କର ପରିଚୟ ପ୍ରଦାନ କରିଥିଲେ।ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ସିଦ୍ଧନାଥ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।
ପରିଚାଳନା ସମିତିର ସଭାପତି ଡ଼ା ସୁଧାକର ପାଳ, ଉପସଭାପତି କ୍ଷୀରୋଦ କୁମାର ପ୍ରଧାନ, ସମ୍ପାଦକ ଅଶୋକ କୁମାର ମୋଦି ଓ ସଦସ୍ୟା ବୁଲୁ ବେହେରା ପ୍ରମୁଖ ଉପସ୍ଥିତ ରହି ଶିଶୁଙ୍କୁ ଉତ୍ସାହିତ କରିଥିଲେ। ଦଶମ ଶ୍ରେଣୀର ଛାତ୍ର ଅଂଶୁମାନ ଧଳ କ୍ରୀଡାର ଶପଥ ପାଠ କରାଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଡମ୍ବରୁ ଯୋଗ, ବ୍ୟାୟାମ ଯୋଗ ଆଦି ପ୍ରଦର୍ଶନ ହୋଇଥିଲା। ଶେଷରେ ସହ ପ୍ରଧାନ ଆଚାର୍ଯ୍ୟ ସୁରେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶାରୀରିକ ପ୍ରମୁଖ ଫୁଲେନ୍ଦୁ କୁମାର ପ୍ରଧାନ ଏବଂ ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


