ଅନୁଗୁଳ ସୁକିନ୍ଦା ନୂଆ ରେଳପଥରେ ଟ୍ରେନ ଚଳାଚଳ ଆରମ୍ଭ

You are currently viewing ଅନୁଗୁଳ ସୁକିନ୍ଦା ନୂଆ ରେଳପଥରେ ଟ୍ରେନ ଚଳାଚଳ ଆରମ୍ଭ

ଅନୁଗୁଳ: ଅନୁଗୁଳ ସୁକିନ୍ଦା ନୂଆ ରେଳପଥରେ ପରୀକ୍ଷା ମୂଳକ ଭାବେ ମାଲବାହୀ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ୯୩.୨ କିମି ଦୂରତା ବିଶିଷ୍ଟ ଏହି ରେଳପଥରେ ଟ୍ରେନ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ୧୯୯୭ ମସିହାରେ ପ୍ରସ୍ତାବ ଦିଆଯାଇଥିଲା।କିନ୍ତୁ ଅର୍ଥ ବ୍ୟବସ୍ଥା ହୋଇନପରିବାରୁ ୨୦୧୦ ଯାଏଁ ଏହା ପ୍ରକଳ୍ପଟି ଶୀତଳ ଭଣ୍ଡାରରେ ପଡ଼ି ରହିଥିଲା।

ଶେଷରେ ଏହାକୁ ପିପିପି ମୋଡରେ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ରେଳ ବିକାଶ ନିଗମ ଲିମିଟେଡ ଉଦ୍ୟମରୁ କଣ୍ଟେନର କର୍ପୋରେସନ ଅଫ ଇଣ୍ଡିଆ ସହାୟତାରେ କାନାଡା ବ୍ୟାଙ୍କରୁ ୨୨୦୦ କୋଟି ଟଙ୍କା ମଞ୍ଜୁର କରାଯାଇ ବାସ୍ତବରେ ୨୦୧୭ରୁ କାମ ଆରମ୍ଭ କରାଯାଇଥିଲା। ଜମି ଅଧିଗ୍ରହଣ, ଫରେଷ୍ଟ କ୍ଲୀୟରାନସ୍ ଆଦି ପ୍ରକ୍ରିୟା ପରେ ରେଳପଥ ନିର୍ମାଣ ସଫଳ ହୋଇ ପାରିଥିଲା।

Share

Leave a Reply