ଅନୁଗୁଳ: ଅନୁଗୁଳ ସହରରେ ଘରୋଇ ଶୌଚାଳୟ ମାଲିକଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ସରକାରୀ ଟଏଲେଟର ଅଭାବରୁ ଏମାନଙ୍କ ମୁହଁ ବଢୁଥିବା ଦେଖିବାକୁ ମିଳିଛି। ଏହାର ଜ୍ୱଳନ୍ତ ଉଦାହରଣ ସୋମବାର ଦେଖିବାକୁ ମିଳିଛି। ମା’ ଶୌଚ ହେବାକୁ ଯାଇଥିବାରୁ ପଇସା ପାଇଁ ଅନୁଗୁଳର ଏକ ଶୌଚାଳୟ ପରିଚାଳକ ଛୁଆକୁ ବନ୍ଧା ରଖିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ଏଠାରେ ବନ୍ତଳା ଅଞ୍ଚଳର ଜଣେ ମହିଳା ସୁଲଭ ଶୌଚାଳୟ ଯାଇଥିଲେ। କିନ୍ତୁ ତାଙ୍କ ପାଖେ ପଇସା ନଥିଲା। ସେ ଦଶ ଟଙ୍କା ଆଣି ଦଉଛି କହିବାରୁ ଶୌଚାଳୟ ପରିଚାଳକ ଛୁଆକୁ ଛାଡିକି ଯିବାକୁ କହିଥିଲେ। ପଇସା ଦେଲେ ଛୁଆ ନେବ ବୋଲି ପରିଚାଳକ କହିଥିଲେ। ଏଣୁ ଅନ୍ୟ ଉପାୟ ନ ପାଇ ମହିଳା ଜଣକ ଟଙ୍କା ଧାର ଆଣି ଦେଇ ଛୁଆକୁ ନେଇଥିବା ଜଣାଯାଇଛି। ତେବେ ଅନୁଗୁଳ ପୌରପାଳିକା ସହଯୋଗରେ ତିଆରି ହୋଇଥିବା ସୁଲଭ ଶୌଚାଳୟ ଲୋକଙ୍କୁ ଦେୟ ମୁକ୍ତ ସେବା ବଦଳରେ ଜବରଦସ୍ତ ଟଙ୍କା ଆଦାୟ କରୁଛି। ଏ ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ସୁଲଭ ସଂସ୍ଥା ଖାତିର କରୁନାହିଁ। ଏହି ଘଟଣା ଚର୍ଚ୍ଚାରେ ରହିଥିବା ବେଳେ ସମ୍ପୃକ୍ତ ସୁଲଭ ଶୌଚାଳୟ ବିରୁଦ୍ଧରେ ପୌରପାଳିକା ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି। ଅନ୍ୟପଟେ ଶୌଚାଳୟ ପରିଚାଳକଙ୍କ ଏହା ନିତିଦିନିଆ କାମ ବୋଲି ଚର୍ଚ୍ଚା ହେଉଛି।
ସୁଲଭ ଶୌଚାଳୟ ପରିଚାଳକଙ୍କ ମନମୁଖୀ, ମା’ ଶୌଚ ହେବାରୁ ବନ୍ଧା ରଖିଲା ଛୁଆ

Rajya khabar bhala nahi.jay Jagannath.