ଅନନ୍ତ ଡିଏଭି ସ୍କୁଲର ବାର୍ଷିକ ଉତ୍ସବ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଛାତ୍ରଛାତ୍ରୀ-ଅଭିଭାବକ

You are currently viewing ଅନନ୍ତ ଡିଏଭି ସ୍କୁଲର ବାର୍ଷିକ ଉତ୍ସବ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଛାତ୍ରଛାତ୍ରୀ-ଅଭିଭାବକ

ତାଳଚେର: ସ୍ଥାନୀୟ ଜଗନ୍ନାଥ କ୍ଷେତ୍ର ମହାନଦୀ କୋଲ୍ ଫିଲ୍ଡ଼ ଅନ୍ତର୍ଗତ ଡିଏଭି ପବ୍ଲିକ୍ ସ୍କୁଲର ବାର୍ଷିକ ଉତ୍ସବ ଆୟୋଜିତ ହୋଇଛି। ଉତ୍ସବରେ ଏମ୍.ସି.ଏଲ୍.ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକ ତଥା ଲୋକାଲ ମ୍ୟାନେଜିଂ କମିଟିର ଚେୟାରମ୍ୟାନ ଅଶୋକ କୁମାର ଧଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବର ଉଦ୍ଘାଟନ କରିଥିଲେ। ପରେ ସେ “ଶିଶୁ ଉଦ୍ୟାନ”ର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।

ସମ୍ମାନିତ ଅତିଥି ଭାବେ ଜଗନ୍ନାଥ କ୍ଷେତ୍ରର ଅନନ୍ୟା ମହିଳା ମଣ୍ଡଳ ଅଧ୍ୟକ୍ଷା ସୁସ୍ମିତା ଧଳ ଉପସ୍ଥିତ ଥିଲେ। ଅନ୍ୟତମ ଅତିଥି ଭାବେ ଏମ୍.ସି.ଏଲ୍. ଅନନ୍ତ ଓସିପିର ପ୍ରକଳ୍ପ ଅଧିକାରୀ ଏଚ୍.ଏସ୍.ସାଲୁଙ୍ଖେ, ଏମ୍.ସି.ଏଲ୍, ଜଗନ୍ନାଥ କ୍ଷେତ୍ରର ଏରିଆ ପରସନେଲ୍ ମ୍ୟାନେଜର ମାନସ ରଞ୍ଜନ ଜେନା, ଏରିଆ ଫାଇନାନ୍ସ ମ୍ୟାନେଜର ପ୍ରଦୀପ କୁମାର ସାହୁ, ଜଗନ୍ନାଥ କ୍ଷେତ୍ରର ଷ୍ଟାଫ୍ ଅଫିସର ଜୟ ପ୍ରକାଶ, ଷ୍ଟାଫ୍ ଅଫିସର ନିରାକାର ଶତପଥୀ, ଷ୍ଟାଫ୍ ଅଫିସର ଦିବାକର ମାଝୀ, ଜଗନ୍ନାଥ ଡିଏଭିର ଅଧ୍ୟକ୍ଷା ଶୁକ୍ଳା ଚକ୍ରବର୍ତ୍ତୀ, ଲିଙ୍ଗରାଜ ଡିଏଭିର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ପୃଷ୍ଟି, ଡିଏଭି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଟିଟିପିଏସ୍ ଅଧ୍ୟକ୍ଷ ଶୁଭେନ୍ଦୁ ଶେଖର ବୋଷ, ଡିଏଭି ସାବିତ୍ରୀ ଜିନ୍ଦଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଫକୀର ମୋହନ ସାହୁ, ଡିଏଭି ପବ୍ଲିକ ସ୍କୁଲ,ଟିଟିପିଏସ୍ ର ଅଧ୍ୟକ୍ଷ ସମୀର କାନୁନଗୋ, କଣିହାଁ ଡିଏଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଏଲ୍.କେ. ଦେବତା, ଡିଏଭି ଗାର୍ଲ୍ସ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ସାମଲ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ଛାତ୍ରଛାତ୍ରୀ ନୃତ୍ୟ ଓ ସଙ୍ଗୀତ କରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା

ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏ ଅବସରରେ ବିଦ୍ୟାଳୟର ବାର୍ଷିକ ମୁଖପତ୍ର ‘ଜାଗୃତି’ ଉନ୍ମୋଚନ କରାଯାଇଥିଲା। ଅତିଥିମାନେ ସି.ସି.ଏ.ଚମ୍ପିୟାନ ଭାବେ ମଧୁସୂଦନ ହାଉସ୍ କୁ ସିଲ୍ଡ଼ ପ୍ରଦାନ କରାଯାଇଥିବା ବେଳେ ଫକୀରମୋହନ ହାଉସ୍ କୁ ରନର୍ସ ଅପ କପ୍ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ପ୍ରତ୍ୟୁଷା ଅମାନ୍ତ, ଶିକ୍ଷକ କରୁଣାକର ସାହୁ, ଛାତ୍ରୀ ଦିବ୍ୟସ୍ମିତା, ଦିବ୍ୟଙ୍କା, ଆୟେଶା ଅନନ୍ୟା, ଯାଜ୍ଞସେନୀ, ଅର୍ପିତା, ସାଇନା ସୋନାଲିକା ପରିଚାଳନା କରିଥିଲେ। ଛାତ୍ର ରିତେଶ, ଶ୍ରେୟାଂସ ପଟ୍ଟନାୟକ ପ୍ରମୁଖ ମଞ୍ଚ ସଞ୍ଚାଳନ କରିଥିବା ବେଳେ ଶିକ୍ଷକ ଅଞ୍ଜନ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply