ଅନୁଗୁଳ ଟ୍ରକ ମାଲିକ ସଂଘର ଜରୁରୀ ବୈଠକ, ନିର୍ବାଚନ ପାଇଁ ସୁନା କଏନ ଥୋପ !!

You are currently viewing ଅନୁଗୁଳ ଟ୍ରକ ମାଲିକ ସଂଘର ଜରୁରୀ ବୈଠକ, ନିର୍ବାଚନ ପାଇଁ ସୁନା କଏନ ଥୋପ !!

ଅନୁଗୁଳ: ଅନୁଗୁଳ ଟ୍ରକ ମାଲିକ ସଂଘର ଏକ ଜରୁରୀ ବୈଠକ ଆଜି ହୋଟେଲ ଦୁର୍ଗା ଠାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସଂଘର ଅନେକ ପ୍ରତିଷ୍ଠାତା ସଦସ୍ୟ ଯୋଗ ଦେଇଥିଲେ। ସଭା ଆରମ୍ଭରେ ସଦସ୍ୟମାନେ ମୁଷ୍ଟିମେୟ କର୍ମକର୍ତ୍ତା ସଂଘକୁ ନିଜ ସ୍ୱାର୍ଥ ପାଇଁ ବିନିଯୋଗ କରୁଥିବା ଅଭିଯୋଗ କରିଥିଲେ।୧୯୮୯ରେ ସଂଘ ଆରମ୍ଭ ହେଲା ଦିନଠାରୁ ଟ୍ରକ ମାଲିକ ମାନଙ୍କ ବ୍ୟବସାୟିକ ସ୍ୱାର୍ଥର ସୁରକ୍ଷା ସହ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟ କରାଯାଇ ଆସୁଥିଲା। କିନ୍ତୁ ଗତ ଦୁଇ ବର୍ଷ ଭିତରେ ଏସବୁ କାର୍ଯ୍ୟ କିଛି ହେଉନାହିଁ।ପ୍ରଶାସନର କହିବା ସତ୍ତ୍ୱେ ନିଲମ୍ବିତ ସଦସ୍ୟ ମାନଙ୍କ ନିଲମ୍ବନ ଆଦେଶ ଉଠା ଯାଉନାହିଁ। ଏ ସମ୍ପର୍କରେ ସଂଘର ସମ୍ପାଦକ ଅକ୍ଷୟ ସାମନ୍ତ ବିସ୍ଫୋରକ ବୟାନ ଦେଇ ଏବେ ଆଲୁମିନୀୟମ ଚାଲାଣ ଦୁର୍ନୀତି ସବୁ ସୀମାପାର କରିଥିବା ଏଟିଭିକୁ ଜଣାଇଛନ୍ତି। ସେହିଭଳି ସଂଘକୁ ପ୍ରଶାସନ ଦେଇଥିବା ଏକ କ୍ରେନ୍ ଓ ଆମ୍ବୁଲାନ୍ସ ବ୍ୟବହାର ଅଭାବରୁ ଖତ ଖାଉଛି। ସଂଘ କାର୍ଯ୍ୟାଳୟ ନାମରେ ପଟ୍ଟା କରାଯିବା ପାଇଁ ପଦକ୍ଷେପ ନିଆ ଯାଉନାହିଁ।ଦଳମତ ନିର୍ବିଶେସରେ ଅନୁଗୁଳ ଟ୍ରକ ମାଲିକଙ୍କ ସ୍ୱାର୍ଥ ପାଇଁ ଦୃଷ୍ଟି ନ ଦେଇ ସମ୍ପାଦକଙ୍କ ଅଗୋଚରରେ ଅନେକ କାର୍ଯ୍ୟ କରାଯାଉଥିବା ଶ୍ରୀ ସାମନ୍ତ ଅଭିଯୋଗ କରିଥିଲେ। ଏପରିକି ଆଗାମୀ ସଂଘର ନିର୍ବାଚନରେ ମାଲିକ ମାନଙ୍କୁ ନିଜ ପକ୍ଷକୁ ନେବା ପାଇଁ ପାଞ୍ଚ ଗ୍ରାମର ସୁନା କଏନ ବଣ୍ଟା ଯାଉଥିବା ଶ୍ରୀ ସାମନ୍ତ ଅଭିଯୋଗ କରିଥିଲେ। ନିଲମ୍ବନ ନ ଉଠିଲେ ନିର୍ବାଚନ କରାଇ ଦିଆ ଯିବ ନାହିଁ ବୋଲି ଅନେକ ସଦସ୍ୟ ମତବ୍ୟକ୍ତ କରିଥିଲେ। ସଭାରେ ଫେଡରେଶନ ସଭାପତି ତଥା ପ୍ରତିଷ୍ଠାତା ସଦସ୍ୟ ବିଭୂତି ଦାସ ,ସୁଧୀର ମିଶ୍ର,ବ୍ରଜବନ୍ଧୁ ଆଚାର୍ଯ୍ୟ,ସତ୍ୟାନନ୍ଦ ଦଳବେହେରା ଓ ଅନ୍ୟ ବହୁ ସଦସ୍ୟ ଯୋଗ ଦେଇଥିଲେ।

Share

Leave a Reply