ଅନୁଗୁଳ: ଚଳିତ ନଭେମ୍ବର ମାସରେ କନ୍ଧମାଳ ଠାରେ ଆନ୍ତଃ ଜିଲ୍ଲା ଭଲିବଲ ପ୍ରତିଯୋଗିତା ଆୟୋଜନ କରିବାକୁ ରାଜ୍ୟ ଭଲିବଲ ସଂଘ ନିଷ୍ପତ୍ତି ନେଇଛି। ଏ ପରିପ୍ରେକ୍ଷୀରେ ଅନୁଗୁଳ ଜିଲ୍ଲାର ପୁରୁଷ ଭଲିବଲ୍ ଦଳର ଚୟନ ଆସନ୍ତା ନଭେମ୍ବର ୧୪ ତାରିଖରେ ଅମଲାପଡ଼ା ବାସନ୍ତୀ ଭଲିବଲ ଟ୍ରଷ୍ଟ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ଡ଼ା ଗୌର ଗୋବିନ୍ଦ ସାମନ୍ତ ଜଣାଇଛନ୍ତି ।
ଚୟନ ଶିବିର ଉକ୍ତଦିନ ସକାଳ ୮:୩୦ ରୁ ଆରମ୍ଭ ହେବ।ଆଗ୍ରହୀ ଖେଳାଳୀ ମାନେ ସକାଳ ୮ଟା ସୁଦ୍ଧା ଚୟନ କର୍ମକର୍ତ୍ତାଙ୍କୁ ରିପୋର୍ଟ କରିବେ। ସେମାନେ ନିଜର ମୂଳ ଆଧାର କାର୍ଡ ସହ ଏହାର ସାହି ନକଲ ଏବଂ ଦୁଇଟି ରଙ୍ଗୀନ ପାସପୋର୍ଟ ସାଇଜ ଫଟୋ ଶିବିରରେ ଦାଖଲ କରିବେ। ଆଗ୍ରହୀ ଖେଳାଳୀ ମାନେ ଅଧିକ ବିବରଣୀ ପାଇଁ ପ୍ରଦୀପ କୁମାର ଦେବତାଙ୍କୁ ଫୋନ୍ ନମ୍ୱର୍
୯୮୬୧୧୫୩୯୩୯ କିମ୍ବା ଶରତ କୁମାର ପାଣି ଙ୍କୁ ୯୯୩୭୧୮୨୦୮୬ ନମ୍ୱର୍ ଯୋଗେ ଯୋଗାଯୋଗ କରିବାକୁ କ୍ରୀଡା ସଂସଦ ସମ୍ପାଦକ ଶ୍ରୀ ସାମନ୍ତ ଅନୁରୋଧ କରିଛନ୍ତି।


