ଅନିରୁଦ୍ଧ ଅନୁଗୁଳ ଓକିଲ ସଂଘରୁ ବିଦା

You are currently viewing ଅନିରୁଦ୍ଧ ଅନୁଗୁଳ ଓକିଲ ସଂଘରୁ ବିଦା

ଅନୁଗୁଳ: ଅନୁଗୁଳ ଓକିଲ ସଂଘର ସଭାପତି ହିମାଂଶୁ ସାମଲ ଓ ସମ୍ପାଦକ ଧ୍ରୁବ ଚରଣ ସାହୁ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି କି ଓକିଲ ସଂଘର ସଦସ୍ୟ ଅନିରୁଦ୍ଧ ଦାସଙ୍କୁ ତାଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ଆଜି ନିଲମ୍ବନ କରାଯାଇଛି।

ସଂଘ କର୍ମକର୍ତ୍ତା ଜଣାଇଛନ୍ତି କି ଅନୁଗୁଳର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକୁ ସେ ବିରୋଧ କରି ଆସିଛନ୍ତି। ଅନୁଗୁଳ କୋର୍ଟର କୋଠା ନିର୍ମାଣ ବେଳେ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ରୁଜୁ କରିଥିଲେ ଯାହା ଫଳରେ କୋଠା ନିର୍ମାଣରେ ବିଳମ୍ବ ହୋଇଥିଲା। ସେହିଭଳି ଗତ ୨୬ ତାରିଖରେ ସଂଘର ଉପସଭାପତିଙ୍କୁ ବିନା କାରଣରେ ଗାଳି ଗୁଲଜ ଓ ମାଡ଼ପିଟ କରିଥିଲେ। ଏହି ସବୁ କାରଣରୁ  ସଂଘର ଏକ ଜରୁରୀ ବୈଠକ ଡକାଯାଇ ଆଜି ଅନିରୁଦ୍ଧଙ୍କୁ ନିଲମ୍ବନ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା।

Share

Leave a Reply