ମିଶନ ଆଶ୍ରା ମହିଳାଙ୍କ ସହ ହୋଲି ଓ ମହିଳା ଦିବସ ପାଳିଲା ଅନ୍ନପୂର୍ଣ୍ଣା ପରିବାର

0

ଅନୁଗୁଳ: ଆଜି ହୋଲି ଓ ଅନ୍ତର୍ଜାତୀୟ ମହିଳା ଦିବସ। ଏ ଅବସରରେ ତାଳଚେରର ଅନ୍ନପୂର୍ଣ୍ଣା ପରିବାରର ସଦସ୍ୟ ସ୍ଥାନୀୟ ଚମ୍ପାପଶି ଠାରେ ଥିବା ମିଶନ ଆଶ୍ରା ମହିଳାଙ୍କ ସହିତ ହୋଲି ପାଳନ କରିଛନ୍ତି। ମିଶନ ଆଶ୍ରାରେ ଥଇଥାନ ହୋଇଥିବା ମାନସିକ ବିକାର ଗ୍ରସ୍ତ ମହିଳାମାନଙ୍କୁ ଅନ୍ନପୂର୍ଣ୍ଣା ପରିବାର ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏଥିସହ କେକ୍ କାଟି ମହିଳା ଦିବସ ପାଳନ କରାଯାଇଛି। ଏଣୁ ଅନ୍ନପୂର୍ଣ୍ଣା ପରିବାରକୁ ମିଶନ ଆଶ୍ରାର ସଦସ୍ୟ ଧନ୍ୟବାଦ୍ ଅର୍ପଣ କରିଛନ୍ତି।

ଆଜିର କାର୍ଯ୍ୟକ୍ରମରେ ସଂଗଠନର ସଭାପତି ମନଜିତ କୌର, ସମ୍ପାଦକ ରଶ୍ମିତା ନନ୍ଦ, କୋଷାଧ୍ୟକ୍ଷ ସସ୍ମିତା ସାହୁ, ଯୁଗ୍ମ ସମ୍ପାଦକ କିରଣ କୌର, ଉପଦେଷ୍ଟା ଏଲ୍ ମାଣିକ୍ୟ ପ୍ରଭା, ଆଇନ ପରାମର୍ଶ ଦାତା ବବିତା ଦାଶ, ସାଂସ୍କୃତିକ ସମ୍ପାଦିକା ନନ୍ଦିନୀ ନାଏକ, କମଲଜିତ୍ କୌର, କଲ୍ୟାଣୀ ମହାପାତ୍ର, ପ୍ରତିମା ମହାପାତ୍ର, ଭାରତୀ ବେହେରା, ସୂର୍ଯ୍ୟକାନ୍ତୀ ନାଏକ୍, ରଶ୍ମିରେଖା ପ୍ରଧାନ, ସସ୍ମିତା ବେହେରା, ମମତା ମଞ୍ଜରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!