ଛେଣ୍ଡିପଦା/ ଜରପଡ଼ା: ଅନୁଗୁଳ ଇଲେକ୍ଟ୍ରିକାଲ ଡିଭିଜନସ୍ତରୀୟ ଟାଟା ପାୱାର କମ୍ପାନୀ ଡେଭଲପମେଣ୍ଟ ଲିମିଟେଡ ( ଟିପିସିଓଡିଏଲ ) ପକ୍ଷରୁ ଆନୁଆଲ ଆଭା ଶକ୍ତି ମିଟ ୨୦୨୨-୨୦୨୩ ସ୍ଥାନୀୟ ଜରପଡା କଲ୍ୟାଣ ମଣ୍ଡପରେ ଶନିବାର ଅନୁଷ୍ଠିତ ହୋଇଛି।
ଆୟୋଜକ ସଂସ୍ଥା ସେଣ୍ଟର ଫର୍ ଆସିଷ୍ଟାଣ୍ଟସ୍ ଏଣ୍ଡ ଅଲରାଉଣ୍ଡ ଡେଭଲପମେଣ୍ଟ ( ସିଏଏଡି )ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଡିଭିଜନାଲ ମ୍ୟାନେଜର ସୁବ୍ରତ କୁମାର ସାହୁ, ସିଏସଏମ୍ ଧନଞ୍ଜୟ ମିଶ୍ର, ସିଏସଆର ମୁଖ୍ୟ ପ୍ରଦୀପ ଘୋଷଲ, ଜିଲ୍ଲା ମିଶନ ଶକ୍ତି ସଂଯୋଜକ ବସନ୍ତ କୁମାର ମଲ୍ଲିକ, କାର୍ଡ ସଂସ୍ଥା ପ୍ରୋଜେକ୍ଟ ମ୍ୟାନେଜର ସୁଶୀଲ କୁମାର ଜେନା ପ୍ରମୁଖ ମଞ୍ଚାସୀନ ଥିଲେ।
ଏ ଅବସରରେ ଟାଟା ପାୱାର କମ୍ପାନୀ ପକ୍ଷରୁ ଉପଭୋକ୍ତାଙ୍କୁ ଉପଯୁକ୍ତ ବିଦ୍ୟୁତ ସେବା ଯୋଗାଇ ଦେବା ନେଇ ଗୁରୁତ୍ୱାରୋପ କରାଯାଇଥିଲା। ଏହି ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ନିଷ୍ଠାପର ସହଯୋଗ ଏବଂ ସେବାକୁ ବେଶ୍ ପ୍ରଶଂସା କରାଯାଇଥିଲା।
ଅନ୍ୟପଟେ ବିଦ୍ୟୁତ ବିଲ୍ ଆଦାୟ କ୍ଷେତ୍ରରେ ନିୟୋଜିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କ ଉଲ୍ଲେଖନୀୟ ଭୂମିକା ତଥା ପରିଶ୍ରମ ଯୋଗୁଁ ଡିଭିଜନ ସ୍ତରରେ ବେଶ ସଫଳତା ହାସଲ କରିଥିବା ସୂଚନା ଦେଇଥିଲେ। ଏ ଅବସରରେ ମା’ମାନଙ୍କ ପାରିଶ୍ରମିକ ବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଅନୁଗୁଳ ଇଲେକ୍ଟ୍ରିକାଲ ଡିଭିଜନ ଅଧୀନରେ ନିୟୋଜିତ ତଥା କାର୍ଯ୍ୟରତ ସମସ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଯୋଗ ଦେଇଥିଲେ। ଶେଷରେ କାଡ୍ ସଂସ୍ଥା ପ୍ରୋଜେକ୍ଟ ମ୍ୟାନେଜର ସୁଶୀଲ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।