ବଇଣ୍ଡା : କିଶୋରନଗର ବ୍ଲକ ମଧପୁର ଆମ୍ବତୋଟା ପରିସରରେ ନିଖିଳ ଉତ୍କଳ ଷୋଳପଦା ପ୍ରଗଣା ଇଚ୍ଛାପୁର ଚଷା ସମାଜର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏ ଅବସରରେ କୃଷକଙ୍କ ସମସ୍ୟାର କିଭଳି ସମାଧାନ ହେବ ସେ ନେଇ ସମସ୍ତେ ଏକ ଜୁଟ ହୋଇ ପ୍ରଶାସନିକ କ୍ଷେତ୍ରରେ ଅବଗତ କରାଇବା ଦରକାର ବୋଲି ମତ ପ୍ରକାଶ ପାଇଛି। ସଭାପତି ଭାଗିରଥି ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସମ୍ମିଳନୀରେ ସୁବାସ ପ୍ରଧାନ, ଶ୍ରୀପତି ସାହୁ, ଅର୍ଜୁନ ସାହୁ, ରାଧାକାନ୍ତ ସାହୁ, ଅରୁଣ କୁମାର ସାହୁ, ମନୋରଂଜନ ସାହୁ, ମାୟାଧର ସାହୁ, ନିରଞ୍ଜନ ମାଝୀ, ଅଭିରାମ ସାହୁ, ସୁଦର୍ଶନ ସାହୁ, ଜେନାମଣି ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ନିଖିଳ ଉତ୍କଳ ଷୋଳପଦା ପ୍ରଗଣା ଇଚ୍ଛାପୁର ଚଷା ସମାଜର ବାର୍ଷିକ ସମ୍ମିଳନୀ, କୃଷକଙ୍କ ସମସ୍ୟାର ସମାଧାନ କରିବା ଉପରେ ଗୁରୁତ୍ୱ
- Post published:May 22, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau


