ଚେତନାଶ୍ରୀ ସାହିତ୍ୟ ସଂସଦର ବାର୍ଷିକୋତ୍ସବ, ସମ୍ମାନିତ ହେଲେ ବିଶିଷ୍ଟ କବି-କବୟିତ୍ରୀ

You are currently viewing ଚେତନାଶ୍ରୀ ସାହିତ୍ୟ ସଂସଦର ବାର୍ଷିକୋତ୍ସବ, ସମ୍ମାନିତ ହେଲେ ବିଶିଷ୍ଟ କବି-କବୟିତ୍ରୀ

ଅନୁଗୁଳ: ସ୍ଥାନୀୟ ଅମଲାପଡାସ୍ଥିତ ଶିଶୁବିହାର ବିଦ୍ୟାଳୟ ପରିସରରେ ଭକ୍ତି ରସାତ୍ମକ ସାହିତ୍ୟ ପତ୍ରିକା ଚେତନାଶ୍ରୀର ତୃତୀୟ ବାର୍ଷିକ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅନୁଗୁଳ- ଢେଙ୍କାନାଳ ଓ ଅନ୍ୟାନ୍ୟ ଅଞ୍ଚଳର ଶତାଧିକ କବି ସାହିତ୍ୟିକ ଓ ସାହିତ୍ୟିକା ଯୋଗ ଦେଇଥିଲେ।

ସଂସଦର ସଭାପତି ଗିରିଜା ଶଙ୍କର ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ପତ୍ରିକାର ସଂପାଦିକା ଗୀତାମୟୀ ମହାପାତ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ବିବରଣୀ ପାଠ କରିଥିଲେ। ସୁଶ୍ରୀ ତୃପ୍ତିମୟୀ, ଭକ୍ତିମୟୀ ମହାପାତ୍ର ଓ ସ୍ବର୍ଣ୍ଣମୟୀ ସ୍ଵାଗତ ସଂଗୀତ ଗାନ କରିଥିବା ବେଳେ ଡକ୍ଟର ସଦାନନ୍ଦ ପରିଡା ଓ ପଣ୍ଡିତ ବିନାୟକ ମିଶ୍ର ଦୀପମନ୍ତ୍ର ଓ ଶ୍ଳୋକ ଉଚ୍ଚାରଣ କରିଥିଲେ।

ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ କୁମୁଦଚନ୍ଦ୍ର ଦାଶ, ମୁଖ୍ୟବକ୍ତା ଡକ୍ଟର ହରିହର କାନୁନଗୋ, ସମ୍ମାନିତ ଅତିଥି ଭାବରେ ଅନୁଗୁଳ ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର, ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟି, କବି ବାହାଦୁର ପାଟଶାଣୀ, ଡକ୍ଟର ବିନୟ କୁମାର ଖିଲାର ଯୋଗ ଦେଇ କୃଷ୍ଣ ଚେତନା, ଆଧ୍ୟାତ୍ମିକ ଗୁଣାବଳୀର ବିକାଶ, ସାଂପ୍ରତିକ ସମାଜର ପରିବର୍ତ୍ତନରେ ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ମୂଲ୍ୟାୟନ କରିବା ସହିତ ସୁନ୍ଦର ଭବିଷ୍ୟତ ଓ ମାନବ ସମାଜ ଗଠନ ନିମନ୍ତେ ପ୍ରୟାସ କରିବାକୁ ଆହ୍ବାନ କରିଥିଲେ।

ଏ ଅବସରରେ ୨୦୨୩ ମସିହାର ନୂତନ ଭକ୍ତି ରସାତ୍ମକ ପତ୍ରିକା “ଚେତନାଶ୍ରୀ” ଉନ୍ମୋଚିତ ହୋଇଥିଲା। କବି ମୁରାରୀ ପଣ୍ଡାଙ୍କୁ “ଭାବ ରତ୍ନାକର ସମ୍ମାନ”, କବୟିତ୍ରୀ ଅନିତା ପାଣିଙ୍କୁ “ଭାବ ପୂଜାରିଣୀ ସମ୍ମାନ”, କୁନି ପ୍ରବାଚିକା ସୁଶ୍ରୀ ସାଇଜିଜ୍ଞାସା ବାରିକଙ୍କୁ “ଭକ୍ତ ପ୍ରହଲ୍ଲାଦ ସମ୍ମାନ”, ଗୋଲାପ ନନ୍ଦଙ୍କୁ “ଭାବ କଲ୍ଲୋଳିନୀ ସମ୍ମାନ” ଓ କବି ଗୋଲୋକ ବିହାରୀ ବେହେରାଙ୍କୁ “ଚେତନାଶ୍ରୀ ସମ୍ମାନ”ରେ ସମ୍ମାନିତ କରାଯାଇଥିଲା।
ହିନ୍ଦୋଳ ସାହିତ୍ୟ ଅନୁଷ୍ଠାନ ପ୍ରୀତିର ପ୍ରୟାସ, ସଦାନନ୍ଦ ସାହିତ୍ୟ ସଂସ୍କୃତି ପରିଷଦ, ହିନ୍ଦୋଳ ପଡା ଗ୍ରାମର ଗାୟତ୍ରୀ ପରିବାର ଏହି ଉତ୍ସବରେ ଅଂଶ ଗ୍ରହଣ କରିଥିଲେ । ସୁସାହିତ୍ୟିକା ଗୋଲାପ ନନ୍ଦ ଓ ପଣ୍ଡିତ ବିନାୟକ ମିଶ୍ରଙ୍କ ସଂଯୋଜନାରେ ବହୁ କବି ଓ କବୟିତ୍ରୀ କବିତା ପାଠ କରିଥିଲେ । କବି ଶିକ୍ଷକ ଅରୁଣ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ, କବିଜ୍ୟୋତି ନିରଞ୍ଜନ ପତି, ନିଝାର ଅଲ୍ଲୀ ଦାମାନୀ, ତ୍ରିନାଥ ଗଡନାୟକ, ରତିକାନ୍ତ ଗଡନାୟକ, ବିଭୂତି ଭୂଷଣ ପାଣି, ବିଜୟ କୁମାର ମୋଦୀ, ବଜରଙ୍ଗ ଅଗ୍ରୱାଲା, ସୁମନ୍ତ ନନ୍ଦ, ବିଜୟ କୁମାର ରାଉତ, ଅଭୟ ଆଚାର୍ଯ୍ୟ, ସରୋଜିନୀ ଦେଇ, ସରୋଜ କୁମାର ପାଣିଗ୍ରାହୀ, ରମେଶ ଚନ୍ଦ୍ର ମିଶ୍ର, ଅଖିଳ ପୃଷ୍ଟି, ରମେଶ ଚନ୍ଦ୍ର ବାରିକ, ରମାମଞ୍ଜରୀ ଗଡନାୟକ, ବିଜୟ କୁମାର ସାହୁଙ୍କ ସହ ବହୁ କବି କବୟିତ୍ରୀ ସହଯୋଗ କରିଥିଲେ।

Share

Leave a Reply