ରିମିଟ୍ କଲେଜର ବାର୍ଷିକ ଉତ୍ସବ: ଟଙ୍କଧର ଶବର ମିଷ୍ଟର ଫ୍ରେସର, ଅଙ୍କିତା ପ୍ରଧାନ ମିସ୍ ଫ୍ରେସର

You are currently viewing ରିମିଟ୍ କଲେଜର ବାର୍ଷିକ ଉତ୍ସବ: ଟଙ୍କଧର ଶବର ମିଷ୍ଟର ଫ୍ରେସର, ଅଙ୍କିତା ପ୍ରଧାନ ମିସ୍ ଫ୍ରେସର

ଅନୁଗୁଳ: ଅନୁଗୁଳ ପଞ୍ଚମହଲା ସ୍ଥିତ ଜିଲ୍ଲାର ସର୍ବ ପୁରାତନ ଆଇଟି ଓ ମ୍ୟାନେଜମେଣ୍ଟ ରିମିଟ କଲେଜର ବାର୍ଷିକ ଉତ୍ସବ ‘ESPERENGA 2022-23’ ପାଳିତ ହୋଇଛି। ଏ ଅବସରରେ ଛାତ୍ରଛାତ୍ରୀମାନେ ସଂଗୀତ, ନୃତ୍ୟ ଓ ଅଭିନୟ ପରିବେଷଣ କରିଥିଲେ। କୃତି ଛାତ୍ରଛାତ୍ରୀଙ୍କୁ ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ପୁରସ୍କାର ବିତରଣ କରାଯାଇଥିଲା।
କଲେଜ ଅଧ୍ୟକ୍ଷ ଅଭୟ କୁମାର ସାହୁ ସମାଜସେବା କ୍ଷେତ୍ରରେ ନିରନ୍ତର ସେବା ଯୋଗାଇ ଆସୁଥିବା ସମାଜସେବୀ କିନ୍ନର ଚିନ୍ମୟୀ ଦାସଙ୍କୁ ସମ୍ମାନିତ କରିଥିଲେ। ଏ ଅବସରରେ ନୂତନ ଶିକ୍ଷା ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଟଙ୍କଧର ଶବରଙ୍କୁ ମିଷ୍ଟର ଫ୍ରେସର ଓ ଅଙ୍କିତା ପ୍ରଧାନଙ୍କୁ ମିସ୍ ଫ୍ରେସର ଭାବେ ଚୟନିତ କରାଯାଇଛି।
ଏକାଡେମିକ୍ ମୁଖ୍ୟ ଇ. ମନୋଜ କୁମାର ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରିୟଦର୍ଶନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply