ଗୋପୀନାଥପୁର ସ୍କୁଲର ବାର୍ଷିକ କ୍ରୀଡା

You are currently viewing ଗୋପୀନାଥପୁର ସ୍କୁଲର ବାର୍ଷିକ କ୍ରୀଡା

ଅନୁଗୁଳ: ଅନୁଗୁଳ ବ୍ଲକ୍ ଗୋପିନାଥପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ତିନି ଦିବସୀୟ ଏହି ପ୍ରତିଯୋଗିତାର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ ଭେଟେରାନ ଖେଳାଳୀ ନୀଳମଣି ଦାସ।

ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବିଶ୍ୱପୂଜ୍ୟା ସ୍ୱାଇଁ ଏବଂ ସହକାରୀ ଶିକ୍ଷୟିତ୍ରୀ ଶୁଭଶ୍ରୀ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଖେଳ ଆୟୋଜନ କରାଯାଇଥିଲା। ସମାରୋହରେ ମୁଖ୍ୟ ବକ୍ତା ଭାବେ ବାସନ୍ତୀ ସାହୁ ଏବଂ ସମ୍ମାନିତ ଅତିଥି ଭାବେ ଖମାର କ୍ଳଷ୍ଟର ସିଆରସିଶି ପ୍ରକାଶ ଚନ୍ଦ୍ର ଦେହୁରୀ ଏବଂ ସ୍କୁଲ କମିଟି ସଭାପତି ବନିତା ସାହୁ ଏବଂ ଉପ ସଭାପତି ଚିତ୍ରଲେଖା ସାହୁ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ ।

Share

Leave a Reply