ଅନୁଗୁଳ: ଅନୁଗୁଳ ନାଲକୋର ନୂତନ ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ(ଇଡି) ଙ୍କୁ ଆଜି ନାଲକୋ ସ୍ପୋନସର୍ଡ ଏଲ.ଏ.ପି (ଆଇ.ଟି.ଆଇ) ୧୯୮ କ୍ଷତିଗ୍ରସ୍ତ ପ୍ରଜା ସଂଘର ପ୍ରତିନିଧି ମଣ୍ଡଳୀ ପୁଷ୍ପଗୁଛ ଓ ଭାଗବତ ଗୀତା ଦେଇ ସ୍ୱାଗତ ଜଣାଇଛନ୍ତି।
ଏ ଅବସରରେ କ୍ଷତି ଗ୍ରସ୍ତ ପ୍ରଜା ସଂଘର ସଭ୍ୟସଭ୍ୟା କିପରି ନାଲକୋ କାରଖାନାରେ ସ୍ଥାୟୀ ନିଯୁକ୍ତି ପାଇବେ ସେ ବିଷୟରେ ଆଲୋଚନା କରିଥିଲେ। ଏଥିସହ ନାଲକୋରେ ଠିକାଭିତ୍ତିକ ନିଯୁକ୍ତି ପାଇଥିବା ସଦସ୍ୟଙ୍କ ସମସ୍ୟା ବିଷୟରେ ମଧ୍ୟ ଆଜି ଆଲୋଚନା କରାଯାଇଛି। ସଦସ୍ୟଙ୍କ ସମସ୍ୟା ଶୁଣି ତାହାର ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ନୂତନ କାର୍ଯ୍ୟ ନିର୍ବାହୀ ମହାପ୍ରବନ୍ଧକ ପ୍ରତିଶ୍ରୁତି ଦେଇଛନ୍ତି।
ଆଜିର ଆଲୋଚନା ବେଳେ ସଂଘ ସଭାପତି ଦିବ୍ୟରଂଜନ ଦାସ, ସମ୍ପାଦକ ଶଶାଙ୍କ ଶେଖର ସାମଲ, ବିନୋଦ ନାୟକ, ସୋଭାଗ୍ୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।











