ଶିକ୍ଷକପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଆୟୋଜିତ

You are currently viewing ଶିକ୍ଷକପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଆୟୋଜିତ

ଅନୁଗୁଳ: ଅନୁଗୁଳ ସହର ଉପଖଣ୍ଡ ଶିକ୍ଷକପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏବିଇଓ ପ୍ରଦ୍ୟୁମ୍ନ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ ତଥା ପୂର୍ବତନ ଏସଆଇ ବୃନ୍ଦାବନ ସ୍ୱାଇଁ, କାଉନସିଲର ଉଷା ସାମଲ, ସିଆରସିସି ସୁଦର୍ଶନ ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ସରିତା ନାୟକ, ଅବସରପ୍ରାପ୍ତ କ୍ରୀଡା ନିରୀକ୍ଷକ ପ୍ରଶାନ୍ତ କୁମାର ସିହ୍ନା, ଏସଏମସିର ସଭ୍ୟ ସଭ୍ୟା ଯୋଗ ଦେଇଥିଲେ।

ଶିଶୁମାନଙ୍କର ଅନ୍ତର୍ନିହିତ କ୍ରୀଡା ଶକ୍ତିର ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ଜରୁରୀ ବୋଲି ଅତିଥି ମାନେ କହିଥିଲେ। କ୍ରୀଡା ଉତ୍ସବକୁ କ୍ରୀଡା ନିରୀକ୍ଷକ ପରିଚାଳନା କରିଥିଲେ।

Share

Leave a Reply