ଅନୁଗୁଳ: ଅନୁଗୁଳରେ କରୋନା ସଂକ୍ରମଣ ନିଦ ହଜାଇ ଦେଇଛି । ଏ ଭୟଙ୍କର ଭୂତାଣୁ କବଳରୁ ବର୍ତିବା ପାଇଁ ଲୋକ ତ୍ରାହି ତ୍ରାହି ଡାକୁଥିବା ବେଳେ କରୋନା ସଞ୍ଜିବନୀ ପ୍ରଦାନରେ ଅହେତୁକ ବିଳମ୍ବ ହେଉଛି । ଟିକା ଠିକ୍ରେ ପହଞ୍ଚିନଥିବାରୁ ଧିମେଇ ଚାଲିଛି ଟିକାକରଣ। ସରକାର ଗତ ୧ ତାରିଖରୁ ୧୮ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କୁ ଟିକା ପ୍ରଦାନ କରାଯିବ ବୋଲି ଘୋଷଣା ସିନା କରିଦେଲେ, ହେଲେ ଜିଲ୍ଲାରେ ସେମାନଙ୍କ ପାଇଁ ଏଯାବତ୍ ଟିକାକରଣ ଆରମ୍ଭ ହୋଇପାରିନି। ୪୫ ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ମଧ୍ୟ ଯେଉଁଟିକା ଆସୁଛି ସମୁଦ୍ରକୁ ଶଙ୍ଖେ। ଜିଲ୍ଲାରେ ଟିକା ନଥିବାରୁ ଗତ ୧୨ ତାରିଖରୁ ଟିକାକରଣ ବନ୍ଦ ରହିଥିଲା। ଲୋକ ଚାତକ ଭଳି ଟିକାକୁ ଚାହିଁ ରହିଥିଲେ ଦୀର୍ଘ ୫ ଦିନ ପରେ ଆଜିଠୁ ପୁଣିଥରେ ଟିକାକରଣ ଆରମ୍ଭ ହେଉଛି । ରବିବାର ଜିଲ୍ଲାରେ ୫ ହଜାର ଡୋଜ୍ କୋଭିସିଲ୍ଡ୍ ପହଞ୍ଚିଥିବା ଡିପିଏଚ୍ଓ ଡାକ୍ତର ଧନଞ୍ଜୟ ବେହେରା ସୂଚନା ଦେଇଛନ୍ତି।
ପହଞ୍ଚିଲା ଆଉ ୫ ହଜାର ଟିକା
- Post published:May 17, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
