ସାତକୋଶିଆ ଅଭୟାରଣ୍ୟରେ ପୁଣି ଏକ ହାତୀ ଛୁଆର ମୃତ୍ୟୁ

You are currently viewing ସାତକୋଶିଆ ଅଭୟାରଣ୍ୟରେ ପୁଣି ଏକ ହାତୀ ଛୁଆର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଆଜି ପୁଣି ଏକ ହାତୀ ଛୁଆର ମୃତ୍ୟୁ ଘଟିଛି। ଏହି ହାତୀ କିଛି ଦିନ ହେଲା ଅସୁସ୍ଥ ଥିଲେ ମଧ୍ୟ ବନ ବିଭାଗ ତା’ ଚିକିତ୍ସା କରିନଥିଲା। ଫଳରେ ଆଜି ତା ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ସାତକୋଶିଆ ଅଭୟାରଣ୍ୟର ପମ୍ପାସର ରେଞ୍ଜ ଅଞ୍ଚଳରେ କିଛିଦିନ ହେଲା ଏକ ମାଈ ହାତୀ ଛୁଆ ଅସୁସ୍ଥ ହୋଇ ବୁଲୁଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। କିନ୍ତୁ ବନ ବିଭାଗ ହାତୀ ଛୁଆର ଚିକିତ୍ସା ପାଇଁ କିଛି ପଦକ୍ଷେପ ଗ୍ରହଣ କରିନଥିଲା।
ଫଳରେ ଆଜି ପମ୍ପାସର ବନାଞ୍ଚଳ ନୂଆପଡା ଗ୍ରାମ ନିକଟରେ ହାତୀ ଛୁଆର ମର ଶରୀର ପଡ଼ିଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ହାତୀ ଛୁଆର ବୟସ ୭ ବର୍ଷ ହେବ ଏବଂ ତାକୁ ଟ୍ରାକ କରାଯାଇପାରିନଥିଲା ବୋଲି ସାତକୋଶିଆ ଏସିଏଫଓ ଶୁଭେନ୍ଦୁ ବେହେରା ସୂଚନା ଦେଇଛନ୍ତି।

Share

Leave a Reply