ଅନୁଗୁଳ: ବୁଧବାର ସକାଳେ ଛେଣ୍ଡିପଦା ବ୍ଲକ୍ ପାଟକୁମୁଣ୍ଡା ପଂଚାୟତ ରାମଚନ୍ଦ୍ରପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ପୁରୁଷ ଓ ଜଣେ ମହିଳା ପ୍ରାଣ ହରାଇଛନ୍ତି। ପୁଲିସ ଓ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ହାତୀ ଉପଦ୍ରବ ନେଇ ନେଇ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଛି। ଦୁଇ ମୃତକ ସୁହାଗି ସେଠୀ (୫୦) ଓ କାଠିଆ ପାଣିଗ୍ରାହୀ (୬୦) ବୋଲି ଜଣାପଡିଛି। ସୁହାଗି ଶୌଚ ହେବାକୁ ଯାଉଥିବା ବେଳେ ଦନ୍ତାହାତୀ ତାଙ୍କୁ ଘର ପାଖରେ କଚାଡ଼ି ଦେଇଥିଲା। ସେହିପରି କାଠିଆ ସାଇକେଲ ଧରି ମହୁଲ ଆଣିବାକୁ ଯାଉଥିଲେ। ରାସ୍ତାରେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ଛେଣ୍ଡିପଦା ବନାଞ୍ଚଳରେ ହାତୀ ଆକ୍ରମଣରେ ବାରମ୍ବାର ଧନ ଜୀବନ ହାନି ହେଉଥିବାରୁ ଏହାର ସ୍ଥାୟୀ ପ୍ରତିକାର ଦାବି ହୋଇଛି।
ହାତୀ ଆକ୍ରମଣରେ ଦୁଇ ମୃତ
- Post published:April 7, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Sanjeeb Biswal
