ଆସୁଛି ଆଉ ଏକ ଲଘୁଚାପ ! ଦଶହରା ଭିଜେଇବ

You are currently viewing ଆସୁଛି ଆଉ ଏକ ଲଘୁଚାପ ! ଦଶହରା ଭିଜେଇବ

ଭୁବନେଶ୍ବର: ଆସୁଛି ଆଉ ଏକ ଲଘୁଚାପ। ଦଶହରା ଭିଜେଇବ। ଦକ୍ଷିଣ-ପୂର୍ବ ବାଂଲାଦେଶ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ନିକଟରେ ଆସନ୍ତାକାଲି ଆଡକୁ ଲଘୁଚାପ ରୂପ ନେଇପାରେ ବୋଲି ସୂଚନା ଦେଇଛନ୍ତି ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲି ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି।ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି।

ତେବେ ଚଳିତ ବର୍ଷ ଶୀତ ଆଗମନକୁ ନେଇ ସୂଚନା ଦେଇ କହିଛନ୍ତି, ବର୍ତ୍ତମାନ ଏଲ୍‌-ନିନୋ ସକ୍ରିୟ ନାହିଁ। ଏବେ ତାପମାତ୍ରା ୦.୫ଡିଗ୍ରୀ ସେଲ୍‌ସିୟସ୍‌ ବିଯୁକ୍ତାତ୍ମକ ରହିଛି। ପ୍ରଶାନ୍ତ ମହାସାଗରରେ ନ୍ୟୁଟ୍ରାଲ୍‌ ଏଲ୍‌-ନିନୋ ରହିଛି, ତେଣୁ ଅନୁମାନ କରାଯାଉଛି ଅକ୍ଟୋବର ଓ ନଭେମ୍ୱରରେ ଲା-ନିନା ଅବସ୍ଥାକୁ ଆସିବା ସମ୍ଭାବନା ରହିଛି। ଲା-ନିନା ଅବସ୍ଥାକୁ ଯେତେବେଳେ ଆସିଯାଏ ସେତେବେଳେ ସାଧାରଣତଃ ଉତ୍ତର ଭାରତରେ ତାପମାତ୍ରା କମ୍‌ ରହିଥାଏ; କିନ୍ତୁ ସାଧାରଣତଃ ଲା-ନିନା ବର୍ଷରେ ତାପମାତ୍ରା କମ୍‌ ରହିଥିବା ଦେଖାଯାଇଛି। ଏହାଦ୍ବାରା ଅଧିକ ଥଣ୍ଡା ଅନୁଭୂତ ହୋଇଥାଏ ବୋଲି ଆଇଏମ୍‌ଡି ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Share

Leave a Reply