ଅନୁଗୁଳ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ।କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୁଷଣ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ ପତ୍ର ଲେଖି ଜଣାଇଛନ୍ତି ଯେ ଡେଲଟା ତୁଳନାରେ ଓମିକ୍ରନ ୩ଗୁଣ ଅଧିକ ସଂକ୍ରାମକ । ଏଣୁ ସଂକ୍ରମଣ ସଂଖ୍ୟା ଯେତେ କମ ଥିଲେ ବି ହେୟଜ୍ଞାନ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରମାନେ ନିଜର କୋଭିଡ୍ ଓ୍ବାରରୁମକୁ ପୁଣି ସକ୍ରିୟ କରିବା ସହ ଜିଲ୍ଲାସ୍ତରରୁ ଆସୁଥିବା ତଥ୍ୟର ବିଶ୍ଳେଷଣ କରିବାକୁ ସେ କହିଛନ୍ତି । ଏହାସହିତ ହସପିଟାଲ ଭିତ୍ତିଭୂମି, ମାନବ ସମ୍ବଳର ସମୀକ୍ଷା କରିବା ସହ କଣ୍ଟେନମେଣ୍ଟ ଜୋନ ଆଦି ପଦକ୍ଷେପ ନେବାକୁ ସେ କହିଛନ୍ତି। ବିଶେଷକରି ସ୍ଥାନୀୟ ସ୍ତରରେ ସଂକ୍ରମଣକୁ ରୋକିବା ଉପରେ ଗୁରୁତ୍ବ ଦେବାକୁ ଏବଂ ଫିଲଡ ଅଫିସରମାନଙ୍କ ଦ୍ବାରା ସ୍ଥିତିର ନିୟମିତ ସମୀକ୍ଷା କରିବାକୁ ଓ ଆବଶ୍ୟକ ପଡ଼ିଲେ ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଦେଶରେ କରୋନାର ନୂଆ ପ୍ରଜାତି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଯାଇଛି । ଓଡ଼ିଶାରେ ମଙ୍ଗଳବାର ପ୍ରଥମଥର ପାଇଁ ଦୁଇଟି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ରାଜ୍ୟରେ ଚିନ୍ତା ବଢ଼ିଯାଇଛି। ତେବେ ଚିନ୍ତାର କାରଣ ନାହିଁ ବୋଲି ରାଜ୍ୟ ସରକାର କହିଛନ୍ତି
ଓମିକ୍ରନ ୩ଗୁଣ ଅଧିକ ସଂକ୍ରାମକ, ସତର୍କ ରହିବାକୁ କେନ୍ଦ୍ରର ନିର୍ଦ୍ଦେଶ
- Post published:December 22, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul