ହାତୀଙ୍କୁ ଘଉଡାଇବାରେ ବିଫଳ ବନ ବିଭାଗ, ଚାଷୀ ମୁଣ୍ଡରେ ଚଡ଼କ

You are currently viewing ହାତୀଙ୍କୁ ଘଉଡାଇବାରେ ବିଫଳ ବନ ବିଭାଗ, ଚାଷୀ ମୁଣ୍ଡରେ ଚଡ଼କ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଗହମ ଗ୍ରାମରେ ବୁଧବାର ଭୋର ସମୟରେ ହାତୀପଲ ଗାଁ ମୁହାଁ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳର ବ୍ୟାପକ ଫସଲ ନଷ୍ଟ କରିଛନ୍ତି ହାତୀପଲ। ଏହି ହାତୀପଲ ସକାଳୁ ଲୋକଙ୍କୁ ଦେଖି ବରୁଆଁ ଜଙ୍ଗଲକୁ ପଳେଇ ଯାଇଥିବା ବେଳେ ଗୋଟିଏ ଦନ୍ତାହାତୀ ଗାଁ ମୁଣ୍ଡରେ ଏକ ଘଣ୍ଟା ଅଟକି ରହିଥିଲା । ପରେ ଦାନ୍ତା ହାତୀଟିକୁ ଗାଁ ଲୋକ ଘୋଉଡା ଦେଇଥିଲେ। ତେବେ ଏହି ହାତୀପଲ ଗାଁ ମୁଣ୍ଡରେ ସୁଜନ ସାହୁ ନାମକ ଜଣେ ଚାଷୀଙ୍କ କୋବି, ବିନ୍, ଆଳୁ ପନିପରିବା ସହିତ ଧାନ ଫସଲ ଖାଇ ଉଜୁଡି ଦେଇଛନ୍ତି। ସେହିପରି ଗ୍ରାମର ସନ୍ତୋଷ ସାହୁଙ୍କ ସମେତ ଏକାଧିକ ଚାଷୀଙ୍କର ଧାନ ଫସଲ ଖାଇବା ସହିତ ଦଳି ଚକିଟି ନଷ୍ଟ ଦେଇଛନ୍ତି ହାତୀପଲ । ସେପଟେ ଫସଲ ଅମଳ ସମୟରେ ହାତୀପଲ ଏଭଳି ଫସଲ ନଷ୍ଟ କରୁଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏହି ଅଞ୍ଚଳରେ ହାତୀ ଉପଦ୍ରଵ ଚଳାଇଥିବା ବେଳେ ବନବିଭାଗ ହାତୀକୁ ଘୋଉଡାଇବାରେ ସମ୍ପୂର୍ଣ୍ଣ ବିଫଳ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି । ତୁରନ୍ତ କ୍ଷୟକ୍ଷତି ଆକଳନ କରି ବନ ବିଭାଗ ପକ୍ଷରୁ କ୍ଷତିପୂରଣ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Share

Leave a Reply