ଚାକିରୀ ନାଁରେ ଠକେଇ: ଆଉ ଜଣେ ସୁପରଭାଇଜର ନିଲମ୍ବିତ

You are currently viewing ଚାକିରୀ ନାଁରେ ଠକେଇ: ଆଉ ଜଣେ ସୁପରଭାଇଜର ନିଲମ୍ବିତ

ଅନୁଗୁଳ:ଅନୁଗୁଳ ମେଡ଼ିକାଲରେ ସିକ୍ୟୁରିଟି ଗାର୍ଡ କରାଇ ଦେବାକୁ କହି ପଇସା ଠକି ନେବା ଘଟଣାରେ ଆଉ ଜଣେ ସୁପରଭାଇଜର ନିଲମ୍ବିତ ହୋଇଛି। ଭାରତ ସିକ୍ୟୁରିଟି ସର୍ଭିସେସ ପକ୍ଷରୁ ଯୁଗଳ କିଶୋର ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।ଯୁଗଳ ଚାକିରୀ କରିଦେବାକୁ କହି ଦୁଇଜଣ ଯୁବତୀଙ୍କ ଠାରୁ ୫୬ ହଜାର ଲେଖାଏଁ ଆଣି ମଞ୍ଜୁ ନାମକ ଅନ୍ୟ ଜଣେ ମହିଳା କର୍ମଚାରୀଙ୍କୁ ଦେଇଥିଲେ। ତେବେ ଚାକିରୀ ଦେଇ ନ
ପାରିବା ଏବଂ ଟଙ୍କା ନ ଫେରାଇବା କାରଣରୁ ଯୁବତୀ ଦ୍ବୟ ଥାନାର ଦ୍ବାରସ୍ଥ ହୋଇଥିଲେ।ଅଭିଯୁକ୍ତ ଟଙ୍କା ଫେରାଇ ଦେବାକୁ ଚୁକ୍ତି କରି ଥାନାରୁ ମୁକୁଳି ଥିଲେ ମଧ୍ୟ ବିଶୃଙ୍ଖଳ ଆଚରଣ ପାଇଁ କର୍ମଚାରୀ ଦ୍ବୟଙ୍କୁ ନିଲମ୍ବିତ କରାଯିବ। ସହ କାରଣ ଦର୍ଶାଅ ନୋଟିସ ଦିଆଯାଇଛି।

Share

Leave a Reply