ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

You are currently viewing ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ଗନ୍ଧିମାର୍ଗସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସୋମବାର ‘ଆନ୍ତର୍ଜତୀୟ ମାତୃଭାଷା ଦିବସ’ ପାଳିତ ହୋଇଯଇଛି। ଆୟୋଜିତ ଦିବସରେ +୨ ବିଜ୍ଞାନ ଉଚ୍ଚ ବିଦ୍ୟାଳୟର ଓଡ଼ିଆ ପ୍ରାଧ୍ୟାପକ ସୁନୀଲ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାତୃଭାଷା ଦିବସର ଉଦ୍ଦେଶ୍ୟ ଓ ମାତୃଭାଷାର ବିକାଶ କିଭଳି ସମସ୍ତଙ୍କର ବିକାଶରେ ସହାୟକ ହେବ ସେ ସମ୍ବନ୍ଧରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ କୁମାର ପ୍ରଧାନ ଦିବସର ଆଭିମୁଖ୍ୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।ସହ ପ୍ରଧାନ ଆଚାର୍ଯ୍ୟ ପ୍ରତାପ କୁମାର ରଥ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, ପ୍ରଶ୍ନମଞ୍ଚ, କବିତା ଆବୃତ୍ତି ଓ ଗଳ୍ପ କଥନ ଆଦି ପ୍ରତିଯୋିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ମାତୃଭାଷା ବିଷୟ ପ୍ରମୁଖ ଗୁରୁଜୀ ଜିତେନ୍ କୁମାର ଦାଶ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ।

Share

Leave a Reply