ଅନୁଗୁଳ କ୍ରିକେଟ୍ ଆସୋସିଏସନ ନିର୍ବାଚନ ପ୍ରତାପ ସଭାପତି ଓ ସାଗର ସମ୍ପାଦକ ବିଜୟୀ

You are currently viewing ଅନୁଗୁଳ କ୍ରିକେଟ୍ ଆସୋସିଏସନ ନିର୍ବାଚନ ପ୍ରତାପ ସଭାପତି ଓ ସାଗର ସମ୍ପାଦକ ବିଜୟୀ

ଅନୁଗୁଳ: ବରିଷ୍ଠ ବିଜେପି ନେତା ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ଦ୍ୱନ୍ଦ୍ୱରେ ଅନୁଗୁଳ ଜିଲ୍ଲା କ୍ରିକେଟ୍ ଆସୋସିଏସନର ସଭାପତି ନିର୍ବାଚିତ ହୋଇଛନ୍ତି । ସମ୍ପାଦକ ପଦକୁ ଛାଡିଦେଲେ ଅନ୍ୟ ସମସ୍ତ ପଦ ପାଇଁ କେବଳ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ । ସମ୍ପାଦକ ପଦ ପାଇଁ ଅକ୍ଷୟ କୁମାର ଦାସ ଓ ସାଗରନାଥ ମିଶ୍ରଙ୍କ ମଧ୍ୟରେ ସିଧାସଳଖ ଲଢେଇ ହୋଇଥିଲା । ରବିବାର ଏଥିପାଇଁ ହୋଇଥିବା ଭୋଟରେ ସାଗରନାଥଙ୍କୁ ୨୩ ଟି ଭୋଟ ମିଳିଥିବା ବେଳେ ଅକ୍ଷୟଙ୍କୁ ମାତ୍ର ୫ ଟି ଭୋଟ ମିଳିଥିଲା ।  ସାଗରନାଥ ୧୮ ଟି ଅଧିକ ଭୋଟରେ ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି। ମୋଟ୍ ୩୦ ଭୋଟରଙ୍କ ମଧ୍ୟରୁ ୨୮ ଜଣ ମତଦାନ କରିଥିଲେ।


ପ୍ରଭାତ କୁମାର ସିହ୍ନା ଓ ଅରୁଣ କୁମାର ପୁଷ୍ପାଳକ ଯଥାକ୍ରମେ ଉପସଭାପତି(୧ )ଓ ଉପସଭାପତି(୨) , ଗଙ୍ଗାଧର ପଟ୍ଟନାୟକ ଓ ସତ୍ୟେନ୍ଦ୍ର ପ୍ରଧାନ ଯୁଗ୍ମ ସମ୍ପାଦକ (୧ )ଓ (୨ ), ରଞ୍ଜନ କୁମାର ଧୀରସାମନ୍ତ କୋଷାଧ୍ୟକ୍ଷ ପଦ ପାଇଁ ଅପ୍ରତିଦ୍ଵନ୍ଦୀ ରହିଥିଲେ।ରବିବାର କଦମ ପଡିଆସ୍ଥିତ କାର୍ଯ୍ୟାଳୟରେ ଭୋଟ ଗ୍ରହଣ କରାଯାଇଥିଲା। ଆଇନଜୀବୀ ଭୂପେଶ ଚନ୍ଦ୍ର ପ୍ରଧାନ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ଵ ତୁଲାଇଥିବା ବେଳେ ଆଇନଜୀବୀ ସନ୍ତୋଷ କୁମାର ନାୟକ ଓ ପ୍ରଶାନ୍ତ କୁମାର ରଥ ସହକାରୀ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ ।

Share

Leave a Reply