ଅନୁଗୁଳ: ଅନୁଗୁଳ ଜିଲ୍ଲା ଭାରତୀୟ ଜନତା ପାର୍ଟିର ନବକଳେବର ହୋଇଛି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସଭାପତି ଦିଲେଶ୍ବର ପ୍ରଧାନ ଜିଲ୍ଲାର ସାଙ୍ଗଠନିକ ପରିବର୍ତ୍ତନ କରିଛନ୍ତି। ୮ ଜଣ ଉପସଭାପତି ମନୋନୀତ କରିବା ସହ ୨ ଜଣ ଜିଲ୍ଲା ସାଧାରଣ ସମ୍ପାଦକ, ୭ ଜଣ ଜିଲ୍ଲା ସମ୍ପାଦକ ଓ ଜଣେ କୋଷାଧ୍ୟକ୍ଷଙ୍କ ନାମ ଘୋଷଣା କରିଛନ୍ତି। ସେହିପରି ୭ଟି ମୋର୍ଚ୍ଚାର ସଭାପତିଙ୍କ ନାମ ଘୋଷଣା ସହ ୨ଟି ସେଲ୍ର କାର୍ଯ୍ୟକର୍ତ୍ତା ଏବ˚ ୬୪ ଜଣ କାର୍ଯ୍ୟକାରୀ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି। ଛେଣ୍ତିପଦାର ଚୌଧୁରୀ ପ୍ରଧାନ, ରେଙ୍ଗାଳିର ନୃସି˚ହ ବରାଳ, ପାଳଲହଡ଼ାର ଲିଙ୍ଗରାଜ ଦାସ, କିଶୋରନଗରର ଅଜିତ ପ୍ରଧାନ, କୁକୁଡାଙ୍ଗର ଅମୀୟ ତ୍ରିପାଠୀ, ବଇଣ୍ତାର ଜୟନ୍ତୀ ପ୍ରଧାନ, ତାଳଚେର ପୌରାଞ୍ଚଳର ଜ୍ୟୋତ୍ସ୍ନା ଦଳେଇ ଓ ଅନୁଗୁଳର ସୁଜାତା ଦାସ ଉପସଭାପତି ଚୟନ ହୋଇଛନ୍ତି। ସୁଦୀପ କୁମାର ଗଡ଼ନାୟକ ଓ ପ୍ରକାଶ ଚନ୍ଦ୍ର ମହାରଣାଙ୍କୁ ଜିଲ୍ଲା ସାଧାରଣ ସମ୍ପାଦକ ଦାୟିତ୍ବ ମିଳିଥିବା ବେଳେ ଜିଲ୍ଲା ସମ୍ପାଦକ ଭାବେ ପ୍ରଶାନ୍ତ ନନ୍ଦ, ଚିତ୍ତର˚ଜନ ମେହେର, ଅନିଲ୍ ବେହେରା, ସବ୍ୟସାଚୀ ପାଣି, ପ୍ରଭାତ କୁମାର ପ୍ରଧାନ, ସୋମନାଥ ରାଉତ ଓ ଶୋଭାଗିନୀ ପ୍ରଧାନ ପ୍ରମୁଖ ମନୋନୀତ ହୋଇଛନ୍ତି। ବଇଣ୍ତାର ବିଶ୍ବଜିତ୍ ମିଶ୍ରଙ୍କୁ କୋଷାଧ୍ୟକ୍ଷ ଦାୟିତ୍ବ ମିଳିଛି। ଅନୁଗୁଳର ସୁଦୀପ୍ତ ସ୍ବାଇଁ ଯୁବ ମୋର୍ଚ୍ଚା ସଭାପତି ମନୋନୀତ ହୋଇଥିବା ବେଳେ ବସନ୍ତ ମଞ୍ଜରୀ ପ୍ରଧାନ ମହିଳା ମୋର୍ଚ୍ଚା ସଭାପତି ଚୟନ ହୋଇଛନ୍ତି। ସେହିପରି ବିଜୟ ମାଝୀ କୃଷକ ମୋର୍ଚ୍ଚା ସଭାପତି, ଅଜୟ ଗୋଚ୍ଛାୟତଙ୍କୁ ଅନୁସୂଚିତ ଜାତି, ଦଣ୍ତଧର ଦେହୁରୀଙ୍କୁ ଅନୁସୂଚିତ ଜନଜାତି ଓ ଏସ୍.କେ. ମିନାଜୁଦ୍ଦିନ୍ଙ୍କୁ ସ˚ଖ୍ୟାଲଘୁ ମୋର୍ଚ୍ଚାର ସଭାପତି ନିଯୁକ୍ତ କରାଯାଇଛି। ପ୍ରକାଶ ଗଡ଼ନାୟକ ଲିଗାଲ୍ କୋର୍ଡିନେଟର, ଭବାନୀ ଜ୍ୟୋତିଷରାୟ ଲିଗାଲ୍ କୋର୍ଡିନେଟର, ପର୍ଶୁରାମ ବାରିକ ମିଡିଆ ସେଲ୍ କୋର୍ଡିନେଟର, ସମୀର ପରିଡ଼ା ମିଡିଆ ସେଲ୍ କୋ-କୋର୍ଡିନେଟର ଭାବେ ଦାୟିତ୍ବ ମିଳିଥିବା ଜିଲ୍ଲା ବିଜେପି ସଭାପତି ଦିଲେଶ୍ବର ପ୍ରଧାନ ସୂଚନା ଦେଇଛନ୍ତି।
ଅନୁଗୁଳ ଜିଲ୍ଲା ବିଜେପିର ନବକଳେବର
- Post published:January 25, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Swagatika Samantray
