ଅନୁଗୁଳ ଜିଲ୍ଲା ୱେବ୍ ମିଡିଆ ମହାସଂଘ ପକ୍ଷରୁ ନୂତନ ଉପଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

You are currently viewing ଅନୁଗୁଳ ଜିଲ୍ଲା ୱେବ୍ ମିଡିଆ ମହାସଂଘ ପକ୍ଷରୁ ନୂତନ ଉପଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳର ଉପଜିଲ୍ଲାପାଳ ଭାବେ ଯୋଗ ଦେଇଥିବା ପ୍ରଶାସନିକ ଅଧିକାରୀ ବୈତୁରା ଦୀପଙ୍କୁ ଆଜି ଜିଲ୍ଲା ୱେବ୍ ମିଡିଆ ମହାସଂଘ ପକ୍ଷରୁ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମହାସଂଘର ସଭାପତି ଶଶାଙ୍କ ଶେଖର ସାମଲଙ୍କ ନେତୃତ୍ଵରେ ସମସ୍ତ ୱେବ ସାମ୍ବାଦିକ ଉପଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

କାର୍ଯ୍ୟକ୍ରମରେ ମହାସଂଘର ଉପଦେଷ୍ଟା ରାକେଶ କୁମାର ସାମଲ, ସମ୍ପାଦକ ବିଭୂତି ଭୂଷଣ ପ୍ରଧାନ, କୋଷାଧ୍ଯକ୍ଷ ପ୍ରେମାନନ୍ଦ ନାଏକ, କାର୍ଯ୍ୟକାରୀ କୋଷାଧ୍ଯକ୍ଷ ନିହାର ରଞ୍ଜନ ପଟ୍ଟନାୟକ, ସଂଯୋଜକ କିଶୋର କୁମାର ଭୂତିଆ, ବିଜୟ କୁମାର ଦେ, ସୁଧାକର ସାହୁ, ଦିନେଶ କୁମାର ନାଏକ, ଶଶାଙ୍କ ସାହୁ, ଆଶିଷ କୁମାର ମାଲୁଆ, ଭିକାରୀ ନାଏକ, ମନୋଜ କୁମାର ଦେହୁରୀ, ଜିତେନ କୁମାର ସାହୁ, ରାଜେଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏ ଅବସରରେ ଅନୁଗୁଳ ଜିଲ୍ଲା ୱେବ୍ ମିଡିଆ ମହାସଂଘ ପକ୍ଷରୁ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

Share

Leave a Reply