ଅନୁଗୁଳ: ଆଜିଠୁ ଆରମ୍ଭ ହେଉଛି ଅନୁଗୁଳ ମହୋତ୍ସବ। ଦୀର୍ଘ ୨ ବର୍ଷ ପରେ ଆଜି ପୁଣି ଝୁମିବେ ଅନୁଗୁଳବାସୀ। କରୋନା କଟକଣା ହଟିଥିବାରୁ ରହିବନି କୌଣସି ବାଧା ବନ୍ଧନ। ମତୁଆଲା ହେବେ ପିଲାଠୁ ବୁଢ଼ା ଯାଏଁ। ଏଥିପାଇଁ ପ୍ରସ୍ତୁତି ବି ସରିଲାଣି। ଅପେକ୍ଷା କେତେ ବେଳେ ସଞ୍ଜ ନଇଁବ ଆଉ ଝୁମିବ ପୂରା ସହର। ଆଜି ଅନୁଗୁଳ ମହୋତ୍ସବର ଉଦ୍ଘାଟନୀ ସନ୍ଧ୍ୟାରେ ଆସୁଛନ୍ତି ଷ୍ଟେବିନ୍ ବେନ୍। ଏଥିପାଇଁ ସଜେଇ ହୋଇଛି ଅନୁଗୁଳ ଷ୍ଟାଡିୟମ୍।
ଆଜି ଦର୍ଶକଙ୍କ ମନୋରଞ୍ଜନ ପାଇଁ ବଲିଉଡ୍ର ଷ୍ଟେବିନ୍ ବେନ୍ଙ୍କ ସହ ଓଲିଉଡ୍ର ଜଣାଶୁଣା କଳାକାର ବି ଆସୁଛନ୍ତି। ଓଲିଉଡ୍ ଜଗତର ଗାୟିକା ନାଭ୍ୟା ଜାଇତି ଓ କମେଡିଆନ୍ ନନ୍ସେନ୍ସ ମଣି ଶୁକ୍ରବାର ସନ୍ଧ୍ୟାରେ ଅନୁଗୁଳବାସୀଙ୍କୁ ନଚାଇବେ ଓ ହସାଇବେ।
ଉଦ୍ଘାଟନୀ ସନ୍ଧ୍ୟାରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସଭାପତିତ୍ୱ କରୁଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବିଧାନସଭାର ଉପ ବାଚସ୍ପତି ରଜନୀକାନ୍ତ ସିଂହ। ସେହିପରି ସମ୍ମାନିତ ଅତିଥି ଭାବେ ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ବବିତା ପ୍ରଧାନ, ମହାନଦୀ କୋଇଲା କ୍ଷେତ୍ରର ମାନବ ସମ୍ବଳ ନିର୍ଦ୍ଦେଶକ କେଶବ ରାଓ, ନାଲ୍କୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର, ଓଡ଼ିଶା ମାଇନିଂସ୍ କର୍ପୋରେସନ୍ର ପରିଚାଳନା ନିର୍ଦ୍ଦେଶକ ବଲଓ୍ଵନ୍ତ ସିଂହ ପ୍ରମୁଖ ଯୋଗ ଦେବେ।
1
f600b249-5c54-442c-a949-d6bc81000fab