କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଅନୁଗୁଳ ଗସ୍ତ, ମାଳତୀ ଚୌଧୁରୀ ଆଶ୍ରମ ବୁଲିବା ସହ କଲେ ଜଗନ୍ନାଥ ଦର୍ଶନ

You are currently viewing କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ  ନିତ୍ୟାନନ୍ଦ ରାୟଙ୍କ ଅନୁଗୁଳ ଗସ୍ତ, ମାଳତୀ ଚୌଧୁରୀ ଆଶ୍ରମ ବୁଲିବା ସହ କଲେ ଜଗନ୍ନାଥ ଦର୍ଶନ

ଅନୁଗୁଳ : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ଅପରାହ୍ନରେ ଅନୁଗୁଳରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀଙ୍କୁ ମହୀଧରପୁର ଠାରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି କାର୍ଯ୍ୟକର୍ତ୍ତାମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ମନ୍ତ୍ରୀ ମାଳତୀ ଚୌଧୁରୀ ଆଶ୍ରମ ପରିଦର୍ଶନ କରିଥିଲେ। ସେଠାରେ ବାଜି ରାଉତ ଛାତ୍ରାବାସର ମୁଖ୍ୟ କ୍ରିଷ୍ଣା ମହାନ୍ତିଙ୍କୁ ଭେଟିବା ସହ ମାଳତୀ ଦେବୀଙ୍କ ସମାଧି ପୀଠ ବୁଲି ଅନ୍ତେବାସୀଙ୍କୁ ଭେଟିଥିଲେ। ପରେ ମାଉସୀ ମା’ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପରେ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଢେଙ୍କାନାଳ ଲୋକସଭା ଓ ଅନୁଗୁଳ ବିଧାନସଭାର ପ୍ରମୁଖ ନେତାଙ୍କ ସହ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଜିଲ୍ଲା ପ୍ରଭାରୀ ସୀମାଞ୍ଚଳ ଖଟେଇ, ଢେଙ୍କାନାଳ ଲୋକସଭା କ୍ଷେତ୍ର ସଂଯୋଜକ ପ୍ରେମାନନ୍ଦ ଜେନା, ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ ମହାପାତ୍ର, ପ୍ରାକ୍ତନ ମନ୍ତ୍ରୀ ଅଞ୍ଜଳି ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ବିଭୂତି ପ୍ରଧାନ, ଶତ୍ରୁଘ୍ନ ଜେନା, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ପ୍ରତିମା ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ସୁଦିପ ଗଡ଼ନାୟକ, ଯଯାତି ପଟ୍ଟନାୟକ, ଦିଲ୍ଲୀପ ପ୍ରଧାନ, ବିଶ୍ୱଜିତ ମିଶ୍ରଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Share

Leave a Reply