ଅନୁଗୁଳ: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ସ୍କିମକୁ ବିରୋଧ କରି ଆଜି ଯୁବ ସଂଗଠନ ଅଲ୍ ଇଣ୍ଡିଆ ଡିୱାଇଓ ଏବଂ ଛାତ୍ର ସଂଗଠନ ଅଲ୍ ଇଣ୍ଡିଆ ଡି.ଏସ୍. ଓ ପକ୍ଷରୁ ସହରରେ ଶୋଭାଯାତ୍ରା କରାଯିବା ସହ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭ ସ୍ଥଳରେ ଡିୱାଇଓ ଜିଲ୍ଲା ସମ୍ପାଦକ କୈଳାସ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ଡି.ଏସ୍.ଓ ଜିଲ୍ଲା ସଭାପତି ପରମାନନ୍ଦ ସାହୁ, ସମ୍ପାଦକ ନାରାୟଣ ନାୟକ ପ୍ରମୁଖ ଅଗ୍ନିପଥ ଯୋଜନାକୁ ବାତିଲ କରି ସମସ୍ତ ବେକାରଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି କରିଥିଲେ। ଏ ଅବସରରେ ଡି.ୱାଇ.ଓ ଜିଲ୍ଲା ସଭାପତି ନିରଞ୍ଜନ ନାୟକ, ସରୋଜିନୀ ବେହେରା, ଲମ୍ବୋଦର ପଣ୍ଡା ପ୍ରମୁଖ ଯୁବପିଢ଼ିଙ୍କ ଭବିଷ୍ୟତକୁ ସରକାର ଗୁରୁତ୍ୱ ଦେବାକୁ କହିଥିଲେ। ଶେଷରେ ଡି.ୱାଇ.ଓ ରାଜ୍ୟ ସଭାପତି ମାନସ ପାଳ ଅଗ୍ନିପଥ ଯୋଜନାର ଏକ ନକଲରେ ନିଆଁ ଲଗାଇ ବିରୋଧ ପ୍ରଦର୍ଶନ କରିଥିଲେ।
‘ଅଗ୍ନିପଥ’ ଯୋଜନା ବାତିଲ ଦାବି, ଅନୁଗୁଳ ଯୁବ-ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ ଆରମ୍ଭ
- Post published:June 20, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul